fbpx

ଟିକା ନେଇନଥିବା କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେବ ଗୁଗୁଲ! ରିପୋର୍ଟରେ ହେଲା ଦାବି, ଜାଣନ୍ତୁ କଣ ରହିଛି ସତ୍ୟାସତ୍ୟ

ୱାଶିଂଟନ୍: ଆଲ୍ଫାବେଟ୍ ଇଙ୍କ୍ (Alphabet Inc) ର କମ୍ପାନୀ ଗୁଗୁଲ୍ ନିଜର କର୍ମଚାରୀଙ୍କୁ ଚେତାଇଛି ଯେ, କୋଭିଡ୍ ନିୟମ ପାଳନ ନ କଲେ ସେମାନଙ୍କ ଦରମା କାଟି ଦିଆଯାଯିବ । ଆଉ କିଛି କ୍ଷେତ୍ରରେ ଚାକିରୀରୁ ବାହାର କରିଦିଆଯିବ ବୋଲି ମଧ୍ୟ କୁହାଯାଇଛି । CNBC ପକ୍ଷରୁ ମଙ୍ଗଳବାର ଦିନ କିଛି ବିଶେଷ ଦସ୍ତାବିଜ୍ କୁ ଆଧାର କରି ଏହି ଦାବି କରିଛି । ରିପୋର୍ଟ ଅନୁସାରେ, ଗୁଗୁଲ ଦ୍ୱାରା ଦିଆଯାଇଥିବା ଏକ ମେମୋ ରେ କୁହାଯାଇଛି ଯେ, କର୍ମଚାରୀଙ୍କ ପାଖରେ ଟିକାକରଣ ପ୍ରମାଣ ଓ ରିପୋର୍ଟ ଦାଖଲ କରିବା ଓ ଡାକ୍ତରୀ ରିପୋର୍ଟ ଅପଲୋଡ୍ କରିବାର ସମୟସୀମା ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ରହିଥିଲା ।

ସିଏନବିସି କହିଛି ଯେ, ୩ ତାରିଖ ପରଠାରୁ ଗୁଗୁଲ ସେହି କର୍ମଚାରୀଙ୍କ ସହିତ ଯୋଗାଯୋଗ କରିବା ଆରମ୍ଭ କରିଛି ଯେଉଁ ମାନେ ସେମାନଙ୍କ ଟିକାକରଣ ରିପୋର୍ଟ ଓ ଷ୍ଟାଟସ୍ ସମୟ ଭିତରେ ଡିପୋଜିଟ୍ କରିନାହାନ୍ତି । ଅନ୍ୟପଟେ ଯେଉଁ ମାନେ ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଟିକାକରଣ ନିୟମକୁ ପାଳନ କରୁନାହାନ୍ତି ସେମାନଙ୍କୁ ୩୦ ଦିନର “ପେଡ୍ ଆଡମିନିଷ୍ଟ୍ରେଟିଭ୍ ଲିଭ୍” ରେ ରଖାଯିବ । ଆଉ ଏହାପରେ “ଅନପେଡ୍ ପର୍ସନାଲ୍ ଲିଭ୍” ଆଉ ପୁଣି ଚାକିରୀରୁ ବାହାର କରିଦିଆଯିବ ।

ଅନ୍ୟପଟେ ଗୁଗୁଲ କ୍ରୋମ ୱର୍କ ଫ୍ରମ୍ ହୋମ୍ ସୁବିଧାକୁ ମଧ୍ୟ ବନ୍ଦ କରିଦେଇଛନ୍ତି । ଗୁଗୁଲ ପକ୍ଷରୁ ଅଗଷ୍ଟ ମାସରେ କୁହାଯାଇଥିଲା ଯେ, ନୂତନ ବର୍ଷ ଜାନୁଆରୀ ମାସ ୧୦ରୁ ସପ୍ତାହକୁ ତିନି ଦିନ ଅଫିସ୍ ରେ କାମ କରିବାକୁ ହେବ । ଯେହେତୁ ଏବେ କରୋନାର ନୁତନ ଭାରିଆଣ୍ଟ୍ ଓମିକ୍ରନ୍ ଦେଖାଦେଲାଣି ତେଣୁ ରିଟର୍ଣ୍ଣ ଟୁ ଅଫିସ୍ ପଲିସି ଉପରେ ଚିନ୍ତା କରାଯିବ ।

Get real time updates directly on you device, subscribe now.