fbpx

୪ ସୂତ୍ରୀ ନିର୍ବାଚନୀ ସଂସ୍କାର ପ୍ରକ୍ରିୟା: ନୂଆ ଭୋଟରଙ୍କୁ ମିଳିବ ୪ଟି ପଞ୍ଜୀକରଣ ସୁଯୋଗ, ଆଧାର ସହିତ ଲିଙ୍କ ହେବ ଭୋଟର ଆଇଡି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିର୍ବାଚନୀ ସଂସ୍କାର ସମ୍ପର୍କରେ ଘୋଷଣା କରାଯାଇଛି । କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିର୍ବାଚନୀ ସଂସ୍କାର ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ସଂସ୍କାର ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ଏହାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି । ୪ଟି ନୂତନ ପ୍ରସ୍ତାବକୁ ଲାଗୁ କରାଯାଇଥିବା ବେଳେ ଏହା ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବ ବୋଲି କୁହାଯାଇଛି ।

ନିର୍ବାଚନ କମିଶନଙ୍କ ପକ୍ଷରୁ ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବରେ ମଧ୍ୟ ସଫଳତାର ସହିତ ପାଳନ କରାଯାଇଛି । ଆସନ୍ତା ୫ ରାଜ୍ୟ ନିର୍ବାଚନ ପୂର୍ବରୁ ଏହି ସଂସ୍କାର ଲାଗୁ କରାଯାଇଛି । ପୂର୍ବରୁ ପ୍ୟାନ-ଆଧାର ଲିଙ୍କ କରାଯାଉଥିବା ବେଳେ ବର୍ତ୍ତମାନ ଭୋଟର ଆଇଡିକୁ ଆଧାର କାର୍ଡ ସହିତ ଲିଙ୍କ କରାଯିବ । ଏହା ନିର୍ବାଚନକୁ ଦୁର୍ନୀତିମୁକ୍ତ କରିହେବ । ତେବେ ଏହି ଲିଙ୍କ କରିବା ବିଷୟକୁ ସମ୍ପୂର୍ଣ୍ଣ ଭାବରେ ଇଚ୍ଛାଧୀନ ରଖାଯାଇଛି । ପ୍ରଥମ ଥର ଭୋଟ ପ୍ରଦାନ କରୁଥିବା ଭୋଟରଙ୍କ ପଞ୍ଜୀକରଣ ପାଇଁ ରହିଥିବା ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି । ପୂର୍ବରୁ କେବଳ ୧ ଜାନୁୟାରୀ ସୁଦ୍ଧା ପ୍ରଥମ ଥର ଭୋଟରଙ୍କ ପଞ୍ଜୀକରଣ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ୪ ଥରକୁ ବୃଦ୍ଧି କରାଯାଇଛି । ପ୍ରତି ୩ ମାସରେ ଥରେ ଲେଖାଏଁ ପଞ୍ଜୀକରଣର ସୁଯୋଗ ମିଳିବ ।

ସେହିପରି ନିର୍ବାଚନ କ୍ଷେତ୍ରରେ ରହିଥିବା ଲିଙ୍ଗଗତ ପ୍ରଭେଦକୁ ଦୂର କରିବାକୁ ପ୍ରୟାସ କରାଯାଇଛି । ପୂର୍ବରୁ ସର୍ଭିସ ଅଫିସରଙ୍କ ପତ୍ନୀ ମାନଙ୍କୁ ଭୋଟ କରିବାର ଅଧିକାର ମିଳୁଥିବା ବେଳେ ବର୍ତ୍ତମାନ ସର୍ଭିସ ଅଫିସରଙ୍କ ସ୍ୱାମୀ ମଧ୍ୟ ଭୋଟ କରିପାରିବେ । ସ୍କୁଲରେ ନିର୍ବାଚନକୁ ନେଇ ବିବାଦ ସୃଷ୍ଟି ହେଉଥିବା କାରଣରୁ ବର୍ତ୍ତମାନ ଅନ୍ୟ କୌଣସି ସ୍ଥାନରେ ନିର୍ବାଚନ ଅନୁଷ୍ଠିତ କରି ପାରିବେ ନିର୍ବାଚନ ଅଧିକାରୀ । ଚଳିତ ଶୀତକାଳୀନ ଅଧିବେଶନରେ ସରକାର ଏହି ବିଲ ଗୁଡିକ ପେଶ କରିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.