ୟୁଟ୍ୟୁବ ଭିଡିଓ ଦେଖି ଛୁଆ ଜନ୍ମ ଦେଲା ୧୫ ବର୍ଷିୟ ନାବାଳିକା, ତୁରନ୍ତ ତଣ୍ଟି ଚିପି ଛୁଆକୁ ହତ୍ୟା କଲା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ନାଗପୁର : ମହାରାଷ୍ଟ୍ରର ନାଗପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏକ ୧୫ ବର୍ଷିୟ ନାବାଳିକା ୟୁଟ୍ୟୁବ ଭିଡିଓ ଦେଖି ଛୁଆକୁ ଜନ୍ମ ଦେଇଥିଲା ଏବଂ ପରେ ସେ ନିଜ ହାତରେ ହିଁ ସେହି ଛୁଆର ହତ୍ୟା କରିଥିଲା । ଘଟଣା ସାମ୍ନାକୁ ଆସିଲା ପରେ ନାବାଳିକାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତା ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଯୌନ ଶୋଷଣର ଶିକାର ହୋଇ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ । ଏବିଷୟରେ ସେ କାହାକୁ କହିବାକୁ ଚାହୁଁ ନଥିଲେ । ସ୍ୱାସ୍ଥ୍ୟାବସ୍ଥା ଠିକ୍ ନ ଥିବା କହି ପରିବାର ଲୋକଙ୍କଠାରୁ ବର୍ତ୍ତି ଯାଉଥିଲେ । ନିଜର ପ୍ରେଗେନ୍ସ ବିଷୟରେ ଲୁଚାଇବାକୁ ଯାଇ ହୋମ୍ ଡେଲିଭରି ପ୍ଲାନ୍ ତା ମୁଣ୍ଡକୁ ଜୁଟିଥିଲା । ମାର୍ଚ୍ଚ ୨ରେ ଘରେ କେହି ନଥିବା ସୁଯୋଗରେ ସେ ୟୁଟ୍ୟୁବ ଦେଖି ଶିଶୁକନ୍ୟାକୁ ଜନ୍ମ ଦେଇଥିଲା । ଏବଂ ସଙ୍ଗେସଙ୍ଗେ ସେହି ଛୁଆକୁ ତଣ୍ଟି ଚିପି ହତ୍ୟା କରିଥିଲା । ଛୁଆଟିର ଶବକୁ ଘରେ ଥିବା ଏକ ବାକ୍ସ ମଧ୍ୟରେ ଲୁଚାଇ ରଖିଥିଲା ।
ମା ଘରକୁ ଫେରିବା ପରେ ଝିଅକୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରିଥିଲେ। ପରେ ମା’ କୁ ଯନ୍ତ୍ରଣାଦାୟକ ଘଟଣା ବିଷୟରେ ଜଣାଇଥିଲା ଏବଂ ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ନବଜାତ ଶିଶୁର ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସ ଭାରତୀୟ ପେନାଲ କୋଡ (ଆଇପିସି) ଏବଂ ଯୌନ ଅପରାଧ ଆଇନରୁ ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଅଧିକାରୀ କହିଛନ୍ତି ଯେ ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ହତ୍ୟା ମାମଲା ରୁଜୁ କରାଯିବ। ଏଥି ସହିତ ଡାକ୍ତରଖାନାରେ ନାବାଳିକାର ଅବସ୍ଥା ଗୁରୁତର ରହିଛି।