fbpx

ପାର୍ଟୀରେ ନାଚୁନାଚୁ ହଠାତ ଆସିଲା ମୃତ୍ୟୁ, ମାର୍ଚ୍ଚ ମାସରେ ହୋଇଥାନ୍ତା ଏହି ୨୫ ବର୍ଷୀୟ ଯୁବକଙ୍କ ବିବାହ

ନୂଆଦିଲ୍ଲୀ: ସଂପର୍କୀଙ୍କ ରିସେପ୍ସନ ପାର୍ଟୀରେ ଜଣେ ୨୫ ବର୍ଷୀୟ ଯୁବକ ଡିଜେ ଫ୍ଲୋରରେ ଡ୍ୟାନ୍ସ କରିବା ସମୟରେ ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଛି । ଏହି ଘଟଣାଟି ଝାରଖଣ୍ଡ ରାଜ୍ୟର ପତାରକୁହ୍ଲୀ ଅଂଚଳରେ ଘଟିଛି । କହିବାକୁ ଗଲେ ଏପରି କମ ବର୍ଷୀୟ ପିଲାଙ୍କ ଜୀବନ କାଡିୟକ ବା ହାର୍ଟ ଆଟାକ କାରଣରୁ ଚାଲିଯାଉଛି । ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି । କେହି କେହି ଏହାକୁ କୋଭିଡ୍ ଭ୍ୟାକ୍ସିନ ରିଆକ୍ସନ କହୁଛି ତ କିଏ ଖରାପ ଲାଇଫଷ୍ଟାଇଲକୁ ମୃତ୍ୟୁର ଆଖ୍ୟା ଦେଉଛନ୍ତି ।

ସୂଚନା ଅନୁସାରେ, ଝାରଖଣ୍ଡ ରାଜ୍ୟ କତାରାସର ପାସୀଟାଂସ ନିବାସୀ ସଂଜୟ ନୋନିଆ ସଂପର୍କୀୟଙ୍କ ରିସେପସନ ପାର୍ଟୀରେ ଯୋଗଦେବା ପାଇଁ ପତରାକୁହ୍ଲୀର ଚୌହାନ ବସ୍ତି ଯାଇଥିଲେ । ମୃତକଙ୍କ ପିତା କହିଛନ୍ତି ଯେ, ରାତି ୯.୩୦ ମିନିଟରେ ଖାଇପିଇ ସେ ତାଙ୍କ ଶଶୁର ଘରକୁ ଫେରି ଯାଇଥିଲେ । କିନ୍ତୁ ସଂଜୟ ସେହି ସମାରୋହରେ ନାଚୁଥିଲା ହଠାତ ୧୧ଟାରେ ଫୋନ ଆସିଲା ଯେ, ସେ ବେହୋସ ହୋଇଯାଇଛନ୍ତି । ମେଡିକାଲରେ ପହଁଚି ଶୁଣିଥିଲେ ଯେ, ତାଙ୍କ ପୁଅର ମୃତ୍ୟୁ ଘଟିଛି । ଏଥିରେ କାହିରି ଦୋଷ ନାହିଁ ବୋଲି ତାଙ୍କ ପିତା କହିଛନ୍ତି ।

ସଂଜୟଙ୍କ ମୃତ୍ୟୁକୁ ନେଇ ପରିବାରର ଖୁସି ପରିବେଶ ଦୁଃଖରେ ପରିଣତ ହୋଇଯାଇଛି । ସଂଜୟଙ୍କ ବିବାହ ମଧ୍ୟ ଆସନ୍ତା ମାର୍ଚ୍ଚ ମାସ ୪ ତାରିଖରେ ହୋଇଥାନ୍ତା । ପୋଷ୍ଟମର୍ଟମ ପରେ ପରିବାର ଲୋକେ ସୋମବାର ଦିନ ଶବର ଅନ୍ତିମ ସଂସ୍କାର କରିଛନ୍ତି । ତେବେ ବ୍ୟକ୍ତି ଜଣକଙ୍କ ମୃତ୍ୟୁ ହାର୍ଟ ଆଟାକ ହେବା ନେଇ ଆଶଙ୍କା ପ୍ରକାଶ କରାଯାଉଛି ।

Get real time updates directly on you device, subscribe now.