ଛୋଟ ପିଲାଙ୍କଠାରୁ ଦୂରେଇ ରଖନ୍ତୁ ମଟର ଛୁଇଁ, ଏହାର ଗୋଟିଏ ମଞ୍ଜି ପାଇଁ ଚାଲିଗଲା ୭ ମାସ ଶିଶୁର ଜୀବନ

ମଟର ଛୁଇଁର ମଞ୍ଜି ପାଇଁ ଚାଲିଗଲା ୭ ମାସ ଶିଶୁର ପ୍ରାଣ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାପୁଡ଼ ସ୍ଥିତ ସିମ୍ଭାବଳି ଅଞ୍ଚଳର ବ୍ରହ୍ମଗଢି ଗ୍ରାମରେ ଏକ ମଟର ଛୁଇଁ ମଞ୍ଜି ପାଇଁ ଜଣେ ଶିଶୁର ଜୀବନ ଚାଲିଯାଇଛି। ଏହି ୭ ମାସ ଶିଶୁର ନିଶ୍ୱାସ ନଳୀରେ ମଟର ମଞ୍ଜି ଅଟକି ଯାଇ ମୃତ୍ୟୁ ଘଟିଛି।

ମଟର ଛୁଇଁ ମଞ୍ଜି ହେଲା କାଳ: ସୂଚନାନୁଯାୟୀ, ମାଆ ପାଖରେ ପେଟାଇକି ଖେଳୁଥିଲା ଆୟୂଷ। ତାଙ୍କ ମାଆ ସେହିସମୟରେ ମଟର ଛୁଇଁ ଛଡାଉଥିଲେ।

ଏହି ସମୟରେ ଆୟୂଷ କିଛି ଦାନା ନିଜ ପାଟିରେ ପୂରାଇବାକୁ ଆରମ୍ଭ କଲା। କିଛି ସମୟରେ ପରେ କାନ୍ଦିବା ଆରମ୍ଭ କଲା। ତାକୁ ଚୁପ କରିବା ପାଇଁ ଅନେକ ଚେଷ୍ଟା କରାଗଲା। ହେଲେ କେହି ତାଙ୍କୁ ଚୁପ କରାଇପାରିଲେ ନାହିଁ।

ଶିଶୁକୁ ନେଲେ ହସ୍ପିଟାଲ: ଶିଶୁର ମୁହଁ ନାଲି ହେବା ପରେ ଆୟୂଷଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସକ ଯାଞ୍ଚ କରିବା ପରେ ଶିଶୁର ଶ୍ୱାସନଳୀରେ ଏକ ମଟର ମିଳିଲା। ଏହାପରେ ତାଙ୍କୁ ଏକ ବଡ଼ ହସ୍ପିଟାଲ ରେଫର କରାଗଲା। ବଡ଼ ହସ୍ପିଟାଲରେ ଚିକିତ୍ସିତ ସମୟରେ ପିଲାଟି ପ୍ରାଣ ହାରିଥିଲା।