ହ୍ୱାଟ୍ସଆପକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଗ୍ରୁପରେ ଆପତ୍ତି ଜନକ ମେସେଜ ପାଇଁ ଦାୟୀ ହେବେନି ଆଡମିନ

କେରଳ: ହ୍ୱାଟ୍ସଆପରେ ଗ୍ରୁପ ତିଆରି କରି ସେଥିରେ ଚାଟ କରିବା ଏକ ଫେଶନ ପାଲଟି ଯାଇଛି । କିନ୍ତୁ ଏମିତି କିଛି ଗ୍ରୁପ ରହିଛି ଯେଉଁଥିରେ କିଛି ନିର୍ଦ୍ଦିଷ୍ଟ ସଦସ୍ୟ ଅଧିକାଂଶ ସମୟରେ ଆପତ୍ତିଜନକ ମେସେଜ କରିଥାନ୍ତି । ଯାହାକୁ ନେଇ ଗ୍ରୁପର ଆଡମିନଙ୍କୁ ଦୋଷୀ କରିଥାନ୍ତି ଅନ୍ୟ ସଦସ୍ୟ । ତେବେ ଏହାକୁ ନେଇ ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଆଡମିନଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟ ମାମଲା ଖାରଜ କରିବା ସହିତ ଏହି ଶୁଣାଣି କରିଛନ୍ତି ।

ଏମିତି କିଛି ପରିସ୍ଥିତି ପାଇଁ ଗ୍ରୁପର ଆଡମିନଭ୍କୁ ଦୋଷୀ ବୋଲି କୁହାଯାଇ ପାରିବ ନାହିଁ । ଆଡମିନର କେବଳ ଏତିକି ଅଧିକାର ଅଛି ଯେ କୌଣସି ବ୍ୟକ୍ତିଙ୍କୁ ଗ୍ରୁପରେ ଯୋଡିବା କିମ୍ବା ରିମୋଭ କରି ପାରିବେ । କିନ୍ତୁ ଗ୍ରୁପର ସଦସ୍ୟ କେଉଁ ମେସେଜ କରିବେ ଏହା ଉପରେ ଆଡମିନଭ୍କର କୌଣସି ନିୟନ୍ତ୍ରଣ ରହି ପାରିବ ନାହିଁ । ତେଣୁ ଏଥିପାଇଁ ଗ୍ରୁପର ଆଡମିନଙ୍କୁ ଦୋଷୀ ବୋଲି କୁହାଯାଇ ପାରିବ ନାହିଁ । ଏ ନେଇ କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି ।