fbpx

ମହିଳା ରୋବୋଟ ପ୍ରସ୍ତୁତ କଲେ ୧୭ ବର୍ଷର ବାଳକ: ଖାଦ୍ୟ ପରଷିବା ସହ କରୁଛି ଅନେକ କାମ

ଆଜିକାଲି ଟେକ୍ନୋଲୋଜି ଖୁବ ଆଗକୁ ଗଲାଣି । ଆଉ ଆଜିକାଲିର ପିଲାମାନେ ମଧ୍ୟ ଅନେକ ଗୁଡିଏ ନୂଆ ନୂଆ ଉଦ୍ଭାବନ କରୁଛନ୍ତି । ସେହପରି ଜଣେ ୧୭ ବର୍ଷର ବାଳକ ଦେଖାଇଛନ୍ତି ନିଜର ଟାଲେଣ୍ଟ । ନିଜ ପ୍ରତିଭାରେ ସେ ପ୍ରସ୍ତୁତ କରିଛନ୍ତି ଏକ ରୋବୋଟ । ଏହି ରୋବୋଟ ରୋଷେଇ ଘରର ସବୁ କାମ ନିଜେ କରିପାରୁଛି । ଖାଦ୍ୟ ପରଷିବାଠାରୁ ଆରମ୍ଭ କରି ପାଣି ପିଆଇବା ପର୍ଯ୍ୟନ୍ତ ପ୍ରତ୍ୟେକ କାମ କରିପାରୁଛି ଏହି ମହିଳା ରୋବୋଟ ।

ସୂଚନା ଅନୁସାରେ, କେରଳର କନ୍ନୁର ଜିଲ୍ଲାର ମହମ୍ମଦ ସିୟାଦ ମହିଳା ରୋବୋଟ ତିଆରି କରି ନିଜର ପ୍ରତିଭାର ପରିଚୟ ଦେଇଛନ୍ତି । ବୟସ ମାତ୍ର ୧୭ ବର୍ଷ ହୋଇଥିଲେ ବି ବଡ ବଡ ବୈଜ୍ଞାନିକଙ୍କ ଭଳି ଏକ କାରନାମା କରି ଦେଖାଇଛନ୍ତି ସିୟାଦ । କରୋନା ସମୟରେ ମା’ଙ୍କୁ ଘର କାମରେ ସାହାଯ୍ୟ କରିବା ପାଇଁ ଏବଂ ତାଙ୍କ ଯତ୍ନ ନେବା ପାଇଁ ଯୋଜନା କରୁଥିଲେ ସିୟାଦ । ଏହି ସମୟରେ ତାଙ୍କ ମୁଣ୍ଡକୁ ଆସିଥିଲା ଏଭଳି ଏକ ଅଜବ ଆଇଡିଆ । ଏହାପରେ ଆରମ୍ଭ ହୋଇଥିଲା ସିୟାଦଙ୍କ ମିଶନ । ସ୍କୁଲର ଏକ ପ୍ରୋଜେକ୍ଟକୁ ନେଇ ଏଭଳି ଇନଭେସନ କରିଛନ୍ତି ସିୟାଦ । ପ୍ଲାଷ୍ଟିକ, ଆଲୁମିନିୟମ ଶିଟ, ଫିମେଲ ଡମି, ସର୍ଭିଙ୍ଗ ପ୍ଲେଟ ଇତ୍ୟାଦିକୁ ବ୍ୟବହାର କରି ଏହାକୁ ପ୍ରସ୍ତୁତ କରାଯାଇଛି ।

ଏହି ମହିଳା ରୋବୋଟରେ ଅଲଟ୍ରାସୋନିକ ସେନ୍ସର ଲଗା ଯାଇଥିବା କହିଛନ୍ତି ଜୁନିଅର ସାଇଣ୍ଟିଷ୍ଟ ସିୟାଦ । ଏହି ସେନ୍ସର ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରୁଛି । ତେବେ ଏହି ରୋବୋଟ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସେ ପ୍ରକାଶ କରିଛନ୍ତି । ଏବେ ମା’ଙ୍କୁ ରୋଷେଇ କାମରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ସାହାଯ୍ୟ କରୁଛି ଏହି ରୋବୋଟ । ରୋଷେଇରେ ସାହାଯ୍ୟ କରିବା ସହ ଡାଇନିଙ୍ଗରେ ତାଙ୍କୁ ଖାଦ୍ୟ ପରଷିବା ଏବଂ ପାଣି ଦେବା ଭଳି କାମ କରୁଛି । ଯାହାର ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସିୟାଦ ଏବଂ ତାଙ୍କ ମା’ ଏହି ରୋବୋଟକୁ ପଥୁଟି ନାଁ ଦେଇଛନ୍ତି ।

Get real time updates directly on you device, subscribe now.