fbpx

ସମସ୍ତ ଶ୍ରମିକଙ୍କୁ ମିଳିବ ଏକ ଲକ୍ଷ ଟଙ୍କାର ଚେକ୍, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଧାମି

ନୂଆଦିଲ୍ଲୀ: ଦୀର୍ଘ ୧୭ ଦିନ ପରେ ଶ୍ରମିକମାନେ ବାହାର ଦୁନିଆ ଦେଖିଛନ୍ତି । ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ପରେ ଦେଶରେ ଖୁସିର ଲହରୀ ଖେଳି ଉଠିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପୋଷ୍ଟ ମାଧ୍ୟମରେ ଶ୍ରମିକମାନଙ୍କୁ ଏବଂ ଉଦ୍ଧାରକାରୀ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ବ୍ୟତୀତ ସୁଡ଼ଙ୍ଗରେ ଫସିଥିବା ସମସ୍ତ ଶ୍ରମିକଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯିବାର ଘୋଷଣା ହୋଇଛି ।

ମିଡିଆ ସହ କଥା ହେବା ବେଳେ ମୁଖ୍ୟମନ୍ତ୍ରୀ ଧାମି ଘୋଷଣା କରିଛନ୍ତି ଯେ, ବୋଖନାଗ ବାବାଙ୍କ ମନ୍ଦିର ତିଆରି ହେବ । ଏଥିସହ ସେ କହିଛନ୍ତି ଯେ, ସମସ୍ତ ଶ୍ରମିକଙ୍କୁ ଏକ-ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯିବ । ସଫଳ ଉଦ୍ଧାର କାର୍ଯ୍ୟ ପରେ ମୁଖ୍ୟମନ୍ତ୍ରୀ ଧାମି ଗଣମାଧ୍ୟମ ସହ କଥା ହୋଇଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ନିରନ୍ତର ସୂଚନା ନେଉଛନ୍ତି। ଏହି ଅପରେସନରେ ଜଡିତ ସମସ୍ତ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛି। ସେ କହିଛନ୍ତି ଯେ, ସମସ୍ତ ଏଜେନ୍ସି ଏଥିରେ ନିୟୋଜିତ ଥିଲେ। ଆମେ ଆଗାମୀ ସମୟରେ ଉତ୍ତରାଖଣ୍ଡର ସମସ୍ତ ଟନେଲ୍ ସମୀକ୍ଷା କରିବୁ। ମୁଁ ସମସ୍ତ ଶ୍ରମିକ ଏବଂ ସେମାନଙ୍କ ପରିବାରକୁ ମୋର ଶୁଭେଚ୍ଛା ଜଣାଉଛି । ଯେଉଁଭଳି ଭାବରେ ମେସିନ୍ ବାରମ୍ବାର ଭାଙ୍ଗୁଥିଲା, କିନ୍ତୁ ମୁଁ ସମସ୍ତ ଦଳକୁ ଧନ୍ୟବାଦ ଜଣାଉଛନ୍ତି।

Get real time updates directly on you device, subscribe now.