fbpx

ଭୂମି ଭିତରେ ଅଛି ଶବର ଏ ସହର, ଖନନରୁ ମିଳିଲା ପୁରାତନ ଯୁଗର….

ଓଡିଶା ଭାସ୍କର: ବିଶ୍ୱ ଏବେ ଯେମିତି ଦେଖାଯାଉଛି, ଜରୁରୀ ନୁହେଁ ଯେ ପୁରାତନ କାଳରେ ମଧ୍ୟ ଏଭଳି ଥିବ । ଖନନ ସମୟରେ ପୁରାତତ୍ତ୍ୱବିତଙ୍କୁ ଏମିତି ଅନେକ ଜିନିଷ ମିଳେ ଯାହା ମଣିଷକୁ ଆଶ୍ଚର୍ଯ୍ୟଚକିତ କରିଥାଏ । ଯେଉଁ ଭୂମିରେ ଆଜି ଆମେ ଠିଆ ହୋଇଛି, ସେହି ଭୂମି ତଳେ ପୂର୍ବରୁ ଅନେକ ଶବକୁ କବର ଦିଆଯାଉଥିଲା । ଏହିକ୍ରମରେ ଏମିତି ଏକ ସହରର ରହିଛି ଇଜିଫ୍ଟରେ । ଯାହାକୁ ପୁରାତତ୍ତ୍ୱବିତମାନେ ଖୋଜି ବାହାର କରିଛନ୍ତି । ମିଶ୍ରର ମିଲାନ ୟୁନିଭର୍ସିଟି ଗତ ସପ୍ତାହରେ ଏକ ଐତିହାସିକ ଅନୁସନ୍ଧାନ କରିଛି । ବିଷେଶଜ୍ଞଙ୍କ କହିବାନୁସାରେ, ସେମାନେ ଦକ୍ଷିଣ ମିଶ୍ରରେ ଖନନ କରି ଏକ ବିଶାଳ ଶବର ସହରର ସନ୍ଧାନ ପାଇଛନ୍ତି । ଏହି ସ୍ଥାନରେ ଭୂମି ତଳେ ଏକାସଙ୍ଗେ ସେମାନେ ପ୍ରାୟ ୩୦୦ ରୁ ୪୦୦ କବରଖାନା ଦେଖିବାକୁ ପାଇଛନ୍ତି ।

ମିଲାନ ୟୁନିଭର୍ସିଟିର ପ୍ରୋଫେସର ପୈଟ୍ରିଜିଆଙ୍କ କହିବାନୁସାରେ, ଖ୍ରୀଷ୍ଟପୂର୍ବ ୬ ଶତାବ୍ଦୀରୁ ଖ୍ରୀଷ୍ଟପୂର୍ବ ୨ୟ ଶତାବ୍ଦୀ ପର୍ଯ୍ୟନ୍ତ ଏଠାରେ କବର ଖୋଲାଯାଉଥିଲା ଶବକୁ ପୋତିବା ପାଇଁ । ସେଥିପାଇଁ ସେମାନଙ୍କୁ ଏତେ ସଂଖ୍ୟାରେ କଙ୍କାଳ ମିଳିଥିବାର ନଜର ରହିଛି । ଏବେ ବି କବର ତଳେ କେତେକ ଶବ ସୁରକ୍ଷିତ ରହିଛି କଙ୍କାଳ ରୂପରେ । ଏହି ସ୍ଥାନରେ ସେମାନେ ୨୦୧୯ ମସିହାରୁ ଖନନ କରୁଛନ୍ତି ବୋଲି ମିଲାନ ୟୁନିଭର୍ସିଟିର ପ୍ରୋଫେସର ପୈଟ୍ରିଜିଆ କହିଛନ୍ତି । ଏହିସବୁ କବରକୁ ଲୁଟିବାର ପ୍ରୟାସ ମଧ୍ୟ ହୋଇଥିବା ସେ ଜଣାଇଛନ୍ତି ।

Get real time updates directly on you device, subscribe now.