fbpx

କୁଆଡେ ଗଲେ ସମସ୍ତଙ୍କ ପ୍ରିୟ କଳାକାର ଆଲୋକନାଥ, ତାଙ୍କ ବିଷୟରେ ଏପରି କହିିିଲେ ଜଣେ ସହ କଳାକାର

ଓଡ଼ିଶା ଭାସ୍କର: ଏକ ସମୟରେ ଟିଭି ଓ ବଲିଉଡ୍ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ବାବୁଜୀ ବୋଲାଉଥିବା ଆଲୋକନାଥ ଏବେ ପରଦାରୁ ପୁରା ଗାଏବ ହୋଇଯାଇଛନ୍ତି । କିଛି ବର୍ଷ ତଳେ ତାଙ୍କ ଉପରେ ମି ଠୁ –ଅଭିଯୋଗ ଲାଗିଥିଲା । ଏହାପରେ ତାଙ୍କୁ ଇଣ୍ଡଷ୍ଟ୍ରୀରେ କାମ ମିଳିବା ବନ୍ଦ ହୋଇଯାଇଥିଲା । ଏପରି ସ୍ଥିତିରେ ସେ ବର୍ଷ ବର୍ଷ ଧରି ସିନେମାରୁ ଦୂରେଇ ରହିଥିଲେ । ଏବେ ଅଭିନେତ୍ରୀ ନାରାୟଣୀ ଶାସ୍ତ୍ରୀ ତାଙ୍କ ବିଷୟରେ କିଛି ଖୁଲାସା କରିଛନ୍ତି ।

ଅଭିନେତ୍ରୀ ନାରାୟଣୀ କହିଛନ୍ତି ଆଲୋକନାଥ ତାଙ୍କର ସବୁଠାରୁ ପ୍ରିୟ ସହକଳାକାର ଥିଲେ । ସେ କହିଛନ୍ତି ତାଙ୍କ ସହ କାମ କରିବାକୁ ତାଙ୍କୁ ବହୁତ ଭଲ ଲାଗିଥାଏ । ସେ ତାଙ୍କୁ ବହୁତ ସମ୍ମାନ ଦିଅନ୍ତି ବୋଲି କହିଛନ୍ତି । ଆମେ ସବୁ କଳାକାର ତାଙ୍କ ଘରେ ବସି ବହୁ ପାର୍ଟି କରିଛୁ । ସେ ଅଧିକ ପିଉଥିଲେ ସତ କିନ୍ତୁ କୌଣସି ପ୍ରକାର ଅଭଦ୍ରାମୀ କେବେ ବି କରିନାହାନ୍ତି । ତେବେ ତାଙ୍କ ଜୀବନ ସହ କ’ଣ ଘଟିଛି ସେ ବିଷୟରେ ଖୋଲିକରି କହିବାକୁ ସେ ଇଚ୍ଛା ପ୍ରକାଶ କରିନାହାନ୍ତି ।

ନାରାୟଣୀ କହିଛନ୍ତି ଆଲୋକନାଥ ତାଙ୍କୁ ସବୁବେଳେ ଝିଅ ପରି ବ୍ୟବହାର କରିଥାନ୍ତି । କିଛି ଦିନ ତଳେ ତାଙ୍କର ଆଲୋକନାଥଙ୍କ ସହ କଥାବାର୍ତ୍ତା ହୋଇଥିଲା । କିନ୍ତୁ ମୋତେ ଲାଗିଲା ତାଙ୍କ ବ୍ୟବହାର କିଛିମାତ୍ରାରେ ବଦଳି ଯାଇଛି । ତାଙ୍କ ହୃଦୟ ପୁରା ଭାଙ୍ଗିଯାଇଥିବା ପରି ଲାଗୁଥିଲା । ତାଙ୍କ ବ୍ୟବହାର ଟିକେ କଠିନ ହୋଇଯାଇଛି । ନାରାୟଣୀ କହିଛନ୍ତି ତାଙ୍କ ବିଷୟରେ ଯିଏ ଯାହା କହୁ ପଛେ ସେ ମୋ ପାଇଁ ବହୁତ ଭଲ ଥିଲେ । ଆଜି ବି ସେ ମୋ ପାଇଁ ସବୁଠାରୁ ପ୍ରିୟ କଳାକାର ହୋଇ ରହିଛନ୍ତି ।

Get real time updates directly on you device, subscribe now.