fbpx

(Video) ଏହି ଦଣ୍ଡକୁ ଥରୁଟିଏ ଛୁଇଁଲେ ବଞ୍ଚି ଉଠିବ ମଲା ମଣିଷ! ଏଇଠି ରହିଛି ଚମକ୍ରାରୀ ବ୍ରହ୍ମଦଣ୍ଡ

ଓଡ଼ିଶା ଭାସ୍କର: କ୍ୟାନ୍ସର, ଡାଇବେଟିସ୍ , ପାରାଲିସିସ ଭଳି ମାରାତ୍ମକ ରୋଗ ଖୁବଶୀଘ୍ର ଭଲ ହୋଇଯିବ । ଜନ୍ମରୁ କଥା କହି ପାରୁ ନଥିବା ବ୍ୟକ୍ତି ହଠାତ କଥା କହିବା, ଚାଲି ପାରୁ ନଥିବା ବ୍ୟକ୍ତି ହଠାତ ଉଠି ଦୌଡିବା ଭଳି ଅନେକ ଚମତ୍କାରୀ ଘଟଣାର ମୁକସାକ୍ଷୀ ପାଲଟିଛି ଓଡ଼ିଶାର ଏହି ସ୍ଥାନ । ଏସବୁ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ କ୍ଷେତ୍ରରେ ମେଡିକାଲ ବିଜ୍ଞାନ ମଧ୍ୟ ଫେଲ ମାରିଯାଏ । କିନ୍ତୁ କେବେ ବିନା ମେଡିସିନରେ କେବଳ ଗୋଟିଏ ସ୍ପର୍ଶରେ ହିଁ ଏହି ଅସାଧ୍ୟ ରୋଗରୁ ଜଣେ ଭଲ ହୋଇ ପାରିବ । ଏଭଳି ଏକ ପୀଠ, ଯେଉଁଠି ରହିଛି ବ୍ରହ୍ମଦଣ୍ଡ । ଏହାକୁ ଛୁଇଁଲେ ଅସାଧ୍ୟ ରୋଗ ବି ଦେହ ଛାଡ଼ି ଚାଲିଯାଏ ।

ଏହି ବ୍ରହ୍ମଦଣ୍ଡ କଳିଯୁଗରେ ସମସ୍ତ ଅସାଧ୍ୟ ରୋଗକୁ ଭଲ କରିବାର ରାମବାଣ ଚିକିତ୍ସା ବୋଲି କୁହାଯାଉଛି । ଏହି ବ୍ରହ୍ମଦଣ୍ଡ ଦେଖିବାକୁ ହୁଏତ ସାଧାରଣ ଦଣ୍ଡ ପରି ଲାଗୁଥାଇପାରେ, ହେଲେ ଏହି ଦଣ୍ଡରେ ଲୁଚି ରହିଛି ଦୈବୀ ଶକ୍ତି । ଯେଉଁଉ ରୋଗ ଭଲ କରିବାକୁ ଡାକ୍ତର ଫେଲ ମାରୁଛନ୍ତିି, ମେଡିକାଲ ସାଇନ୍ସ ଯେଉଁଠି ହାରି ଯାଉଛି, ସେଇଠି ବ୍ରହ୍ମଦଣ୍ଡ ହିଁ ସବୁ କଷ୍ଟ ଯନ୍ତ୍ରଣାରୁ ମୁକ୍ତି ଦେଉଛି ।

ଏମିତି ଏକ ଜାଗା ଦେଖିବାକୁ ମିଳେ ଜଗତସିଂହପୁର ଜିଲ୍ଲା ସଂଗ୍ରାମପୁର ପଞ୍ଚାୟତ ଅଧିନ କୁମ୍ଭାରୀ ଗୋଗଳ ଗ୍ରାମରେ । ଏଠାରେ ପ୍ରତିଦିନ ସହସ୍ର ଲୋକଙ୍କ ଭିଡ଼ ଜମିବା ଦେଖିବାକୁ ମିଳିଛି । ଓଡିଶାର ବିଭିନ୍ନ ଜାଗାରୁ ଲୋକମାନେ ଭକ୍ତି ରେ ଆସି ଭଲ ହୋଇ ଫେରୁଥିବା ଶୁଣିବାକୁ ମିଳୁଛି । ବାବା ମାଳିକା ବିଚାରକ ପଞ୍ଚସଖା ଅଚ୍ୟୁତାନନ୍ଦଙ୍କ ମହିମା ବଳରେ ଆଜି ବିଭିନ୍ନ ଜାଗାରେ ପ୍ରବଚନ ଦେଇ ଆସୁଥିବା ବେଳେ ଏବେ ମାଳିକା ବିଚାର କୁ ନେଇ ବ୍ରହ୍ମଦଣ୍ଡ ପ୍ରୟୋଗରେ ଦୁରାରୋଗ ଭଲ କରୁଛନ୍ତି । ପୀଠରେ ଏକ ଶାଖା ବାଞ୍ଛାକଳ୍ପ ବଟ ବୃକ୍ଷ କୁ ଶନି ମନ୍ଦିର ପ୍ରଭୁ ଗୋଲାକ ବିହାରୀ ମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି ।

ସେହି ମନ୍ଦିର ସାମନାରେ ବାବା ବାର ଅନୁଯାୟୀ ଶନିବାର, ଗୁରୁବାରରେ ଅସହାୟ ମାନଙ୍କୁ ସେବା ଓ ସାହାରା ପାଲଟି ଯାଇଛନ୍ତି । ଜଗତସିଂହପୁର ଠାରୁ ବାଲିକୁଦା କଲେଜ ପାଖ ରାସ୍ତା ଦେଇ ଗଲେ ଉକ୍ତ ପିଠ ଅବସ୍ଥିତ । ବର୍ତମାନ ର ମାଳିକା ବିଚାରକଙ୍କ ଜେଜେ ମା ଆଗରୁ ସେହି ଜାଗାରେ ଭଗବାନ ଙ୍କୁ ପୂଜା କରୁଥିଲେ । ସେତେବେଳେ ସେ କହିଥିଲେ ମୋ ଏହି ଜାଗାରୁ କିଏ ଜଣେ ପଣ୍ଡିତ ବାହାରିବ ସେ କଥା ସମସ୍ତଙ୍କୁ କହିଥିଲେ । ତାଙ୍କ ମୃତ୍ୟୁର ଅନେକ ଦିନ ପରେ ଆଜି ସେହି କଥା ସତ ହୋଇଛି ।

Get real time updates directly on you device, subscribe now.