fbpx

NASA ଖୋଜୁଛି ଏଲିଅନଙ୍କ ବାସସ୍ଥାନ: ୨୦୨୪ ଶେଷ ସୁଦ୍ଧା ମିଳିପାରେ ଏକ ବଡ଼ ସଫଳତା

ନୂଆଦିଲ୍ଲୀ; ଏଲିଅନ ମାନେ ସତରେ ଦୁନିଆରେ ଅଛନ୍ତି କି ନାହାନ୍ତି ଏନେଇ ସବୁବେଳେ ଦ୍ୱନ୍ଦ ଲାଗି ରହିଥାଏ । ଅନେକ ସମୟରେ ଏହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥାଏ। ମାତ୍ର ଏଲିଅନଙ୍କୁ ନେଇ ଏବେ ବି ଅନେକ ସାରା ସନ୍ଧାନ ଜାରି ରହିଛି। ବିଶେଷକରି ଆମେରିକାର ମହାକାଶ ସଂସ୍ଥା (ନାସା) ଏଲିଅନ ମାନେ ରହୁଥିବା ସ୍ଥାନରେ ପହଞ୍ଚିବାକୁ ଚେଷ୍ଟା କରୁଛି । ଏହାକୁ ନେଇ ଆମେରିକା ବିଶେଷଜ୍ଞମାନେ କହିଛନ୍ତି ଏଲିଅନ ରହୁଥିବା ସ୍ଥାନ ଖୋଜିବାରେ ଶୀଘ୍ର ସଫଳତା ମିଳିବ।

ଆମେରିକାର ଏକ ରିପୋର୍ଟ ଅନୁଯାୟୀ ନାସାର ଗୋଡାର୍ଡ ସ୍ପେସ ଫ୍ଲାଇଟ ସେଣ୍ଟରର ବୈଜ୍ଞାନିକ ଡ ମିସେଲ ଥାଲର କହିଛନ୍ତି ମୁଁ ନିଶ୍ଚିତ ଯେ ଅନ୍ୟ ଗ୍ରହରେ ଜୀବନ ଖୋଜିବାରେ ଆମେ ସଫଳ ହେବୁ ଏବଂ ଶୀଘ୍ର ଏଲିଅନମାନେ ମଧ୍ୟ ଆବିଷ୍କୃତ ହେବେ। ଆମେ ସେମାନଙ୍କର ନିକଟତର ହେବାରେ ଲାଗିଛୁ। ଅନ୍ୟପଟେ ନାସାର ପୂର୍ବତନ ବୈଜ୍ଞାନିକ ଏଲେନ ଷ୍ଟୋଫାନ ମଧ୍ୟ ସମାନ ଦାବି କରିଛନ୍ତି। ସେ କହିଛନ୍ତି ୨୦୨୫ ସୁଦ୍ଧା ଗ୍ରହମାନଙ୍କରେ ଜୀବନର ସଙ୍କେତ ମିଳିବ।

ଏକ ରିପୋର୍ଟ ଅନୁଯାୟୀ, ସାଇଣ୍ଟିଫିକ ଟେକନିକର ପ୍ରୟୋଗ କରି ଏଲିଅନ ବା ୟୁଫୋର ସନ୍ଧାନ କରାଯିବ ବୋଲି କିଛି ବର୍ଷ ତଳେ ନାସା ପକ୍ଷରୁ ଦୃଢ଼ୋକ୍ତି କରାଯାଇଥିଲା । ସେହିପରି ୨୦୧୫ ରେ ଏକ ବୈଠକରେ ନାସାର ପୂର୍ବତନ ବୈଜ୍ଞାନିକ ଏଲେନ ଷ୍ଟୋଫାନ କହିଥିଲେ ୧୦ ବର୍ଷ ମଧ୍ୟରେ ଆମେ ପୃଥିବୀ ବାହାରେ ଜୀବନ ପାଇବାକୁ ଆଶା କରୁଛୁ। ୧୦-୧୫ ବର୍ଷ ପରେ ଏହାର ଉପଯୁକ୍ତ ପ୍ରମାଣ ମଧ୍ୟ ଉପଲବ୍ଧ ହେବ। ଏଣୁ ଏହି ସବୁ ଆଧାରକୁ ଲକ୍ଷ୍ୟ କଲେ ଜଣାପଡୁଛି ଯେ, ଆମେରିକା ନିଶ୍ଚୟ କିଛି ବଡ଼ ଯୋଜନାରେ ଲାଗିରହିଛି। ଯାହା ଦ୍ୱାରା ସେ ସାରା ବିଶ୍ୱକୁ ଚକମା ଦେଇ ଏକ ବୃହତ ସଫଳତା ହାସଲ କରିପାରିବ।

ସଂଗୃହିତ ରିପୋର୍ଟ ଅନୁଯାୟୀ, ଏଲିଅନଙ୍କ ସନ୍ଧାନକୁ ନେଇ ପୃଥିବୀର ନିକଟତମ ୧,୦୦୦,୦୦୦ ତାରକା ଉପରେ ନାସା ପକ୍ଷରୁ ଗବେଷଣା କରାଯିବ। ଏଥିରେ ଗାଲାକ୍ସି ସ୍କାନ କରାଯିବ। ଏଥିପାଇଁ ଏହିପରି ଯନ୍ତ୍ରପାତି ବ୍ୟବହାର କରାଯାଉଛି ଯାହା ଗୁପ୍ତ ସୂଚନା ଖୋଜିବା ପାଇଁ ବ୍ୟବହୃତ ଟେଲିସ୍କୋପ ଅପେକ୍ଷା ୫୦ ଗୁଣା ଅଧିକ ପ୍ରଭାବଶାଳୀ। ଏନେଇ ୩୨୦୦ ମେଗାପିକ୍ସେଲ କ୍ୟାମେରା ବ୍ୟବହାର କରାଯିବ ବୋଲି କୁହାଯାଉଛି। ତେବେ ଅନୁମାନ କରାଯାଉଛି ୨୦୨୪ ମସିହାରେ ନାସା ବିଶେଷଜ୍ଞ ଏବଂ ବୈଜ୍ଞାନିକମାନେ ଏଲିଅନଙ୍କୁ ଖୋଜିବାରେ ସଫଳ ହେବେ। ଏହି ପ୍ରୋଗ୍ରାମ ମାଧ୍ୟମରେ ବହୁତ କିଛି ତଥ୍ୟ ହାସଲ କରାଯିବ। ବ୍ରହ୍ମାଣ୍ଡ ବିଷୟରେ ନୂଆ ନୂଆ ଜିନିଷ ଜାଣିବାରେ ଏହା ସହାୟତା କରିବ । ଏହା ମାଧ୍ୟମରେ ଏଲିଅନ୍ସଙ୍କ ଠାରୁ ମିଳୁଥିବା ସିଗନାଲକୁ ଚିହ୍ନଟ କରାଯାଇ ପାରିବ ବୋଲି ବିଶେଷଜ୍ଞ ମାନେ ମତ ରଖିଛନ୍ତି।

 

Get real time updates directly on you device, subscribe now.