fbpx
BJD
BJD SKY
BJD SKY

‘ଡେଲ୍ଟା’ଠୁ ଅଧିକ ମାରାତ୍ମକ ‘ଲାମ୍ବଡା’ ଭାରିଏଣ୍ଟ, ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ହେଲା ଚିହ୍ନଟ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କରୋନା ଭୂତାଣୁର ଡେଲ୍ଟା ଭାରିଏଣ୍ଟ ଠାରୁ ଲାମ୍ବଡା ଅଧିକ ମାରାତ୍ମକ ଓ ଘାତକ । ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇସାରିଛି । ବିଶେଷକରି ପେରୁରେ ଚଳିତ ବର୍ଷ ମଇ ଓ ଜୁନ୍‌ ମାସରେ ଯେତିକି ସଂକ୍ରମଣ ପରିଲକ୍ଷିତ ହୋଇଛି ସେମାନଙ୍କ ମଧ୍ୟରେ ୮୨ ପ୍ରତିଶତ ସଂକ୍ରମିତଙ୍କ ଠାରେ ଲାମ୍ବଡା ଭାରିଏଣ୍ଟ ଚିହ୍ନଟ କରାଯାଇଛି ।

ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଲାମ୍ବଡା ଭାରିଏଣ୍ଟ ଡେଲ୍ଟା ଠାରୁ ମଧ୍ୟ ଅଧିକ ଘାତକ ବିବେଚିତ ହେଉଛି । ଏହି ପ୍ରକରଣ ପେରୁରୁ ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି ଏବଂ ପରେ ଏହା ଅନ୍ୟାନ୍ୟ ରାଷ୍ଟ୍ରକୁ ବ୍ୟାପିଛି । ଏବେ ଏହା ୩୦ରୁ ଅଧିକ ଦେଶରେ ପରିଲକ୍ଷିତ ହେଉଛି । ଏହି ଭାରିଏଣ୍ଟ  ପାଇଁ ପେରୁରେ କରୋନା ଜନିତ ମୃତ୍ୟୁହାର ବିଶ୍ୱରେ ସର୍ବାଧିକ ରହିଛି ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଏକ ଖବର ପ୍ରସାରଣକାରୀ ପୋର୍ଟାଲରେ କୁହାଯାଇଛି ଯେ, ବ୍ରିଟେନରେ ମଧ୍ୟ ଏହି ଭାରିଏଣ୍ଟ ଠାବ କରାଯାଇଛି । ଲାମ୍ବଡା ଭାରିଏଣ୍ଟ ରେ ସଂକ୍ରମିତ ୬ ଜଣଙ୍କୁ ବ୍ରିଟେନରେ ଚିହ୍ନଟ କରାଯାଇସାରିଛି । କିନ୍ତୁ ଏହା ଅଧିକ ଘାତକ ହୋଇଥିବାରୁ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ନିକଟରେ ବ୍ରିଟେନରେ ଏହି ଭାରିଏଣ୍ଟ ଠାବ କରାଯିବା ପରେ ତାହା ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ ପାଇଁ କଡା ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି କରିଛି । ଭୂତାଣୁର ଏହି ଭାରିଏଣ୍ଟ ଅଧିକ ସଂକ୍ରାମକ ଏବଂ ଏହା ନିଷ୍କ୍ରିୟକାରୀ ରୋଗ ପ୍ରତିରୋଧ ଶକ୍ତି ତୁଳନାରେ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଛି ।

ଜୁନ୍‌ ୩୦ ତାରିଖରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ କୋଭିଡ-୧୯ର ଏହି ଭାରିଏଣ୍ଟ ୮ଟି ଲାଟିନ ଆମେରିକୀୟ ଏବଂ କାରିବିଆନ୍‌ ରାଷ୍ଟ୍ରରେ ଠାବ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇତିମଧ୍ୟରେ ଭାରତରେ ଠାବ କରାଯାଇଥିବା ଡେଲ୍ଟା ଭାରିଏଣ୍ଟରୁ ‘ଚିନ୍ତାଜନକ ଭାରିଏଣ୍ଟ’ ଭାବେ ଘୋଷଣା କରିସାରିଛି ।

Get real time updates directly on you device, subscribe now.