ରାସ୍ତାକଡ଼ରେ ସ୍କୁଟିରେ ବସିଥିଲେ ବାପ-ପୁଅ, ହଠାତ୍ ଲାଗିଲା ନିଆଁ, ଆଉ ତା’ ପରେ…

ଥରେ ଭାବିଲେ ଆପଣ ଗାଡ଼ି ଉପରେ ବସିଥିବ ହଠାତ୍ ନିଆଁ ଲାଗିଯିବ । ଏପରି ସ୍ଥିତିରେ ଆପଣ କ’ଣ କରିବେ? ନିଶ୍ଚିତ ଭାବରେ ମୁଣ୍ଡ କାମ କରିବ ନାହିଁ । ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ କିଛି ସମୟ ପାଇଁ ନିଃଶ୍ୱାସ ବନ୍ଦ ହୋଇଯିବ ।

ରାସ୍ତାକଡ଼ରେ ସ୍କୁଟି ଉପରେ ବସିଥିଲେ ବାପ-ପୁଅ । ଏହି ସମୟରେ ସ୍କୁଟିଟି ଜଳୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ଏହା ପରେ କୁନି ପୁଅଟି ଓହ୍ଲାଇ ଦୌଡ଼ି ପଳାଉଥିବା ବେଳେ ବାପା ଓହ୍ଲାଇ ସ୍କୁଟିରେ ଥିବା ଏକ ବ୍ୟାଗ୍କୁ କାଢ଼ି ନେଉଛନ୍ତି । ଏହା ପରେ ଉକ୍ତ ବ୍ୟାଗରେ ସେ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଏହା ଦେଖି ଆଖପାଖରୁ ଲୋକ ଦୌଡ଼ି ଆସିଲେ । କିଛି ଲୋକ ପାଣି ବାଲଟି ଧରି ଦୌଡ଼ି ଆସିଲେ । ଜଳୁଥିବା ସ୍କୁଟିରେ ପାଣି ପକାଇବା ପରେ ଏହା ଲିଭିଗଲା । ଏହି ଭିଡିଓଟି କେରଳର ବୋଲି ଜଣାପଡ଼ିଛି ।

ଏହି ଘଟଣାର ଭିଡିଓ କିଛି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରାଯାଇଛି। ଏହି ଘଟଣାରେ ୟୁଜରମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବାବେଳେ ଯେଉଁମାନେ ସାହାଯ୍ୟ କରିଛନ୍ତି ସେମାନଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି। ଜଣେ ୟୁଜର ଶିକ୍ଷିତ ରାଜ୍ୟର ଶିକ୍ଷିତ ବ୍ୟକ୍ତି ଲେଖିଛନ୍ତି। ତେଣୁ ଅନ୍ୟ ଜଣେ ଲେଖିଛନ୍ତି, ଲୋକମାନେ ତୁରନ୍ତ ସାହାଯ୍ୟ କରିବାକୁ ଆଗକୁ ଆସିଲେ । ତେବେ କିଛି ଲୋକ ସୋସିଆଲ ମିଡିଆରେ ପଚାରୁଛନ୍ତି କି ଏହା ଏକ ଇଲେକ୍ଟି୍  ସ୍କୁଟି କି? ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହା ଇଲେକ୍ଟି୍ ଗାଡ଼ି ନୁହେଁ । ଦେଶକୁ ବଦନାମ୍ କରିବା ବନ୍ଦ କର ବୋଲି ଲେଖିଛନ୍ତି ।