fbpx
BSKY
BJD YOUTH SKY
BJD MS SKY

ଚୌଧରୀ ବଜାରରେ ଲୁଗା ଦୋକାନରେ ଅଗ୍ନିକାଣ୍ଡ, ଜଳୁଛି ୫ ମହଲା କୋଠା

କଟକ : କଟକରେ ଥିବା ଚୌଧରୀବଜାର ଗୌରଶଙ୍କର ପାର୍କ ନିକଟରେ ଥିବା ଏକ ୫ ମହଲା କୋଠାରେ ଅଗ୍ନିକାଣ୍ଡ ହୋଇଛି । ଏଠାରେ ବିଲ୍ଡିଂଗର ଗ୍ରାଉଣ୍ଡ ସହ କୋଠାରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡ ପ୍ରଥମେ ତଳ ମହଲା କୋଠାରେ ଲାଗିଥିଲା ଏହା ପରେ ଉପର ମହଲାକୁ ବ୍ୟାପିଥିଲା ନିଆଁ । ଅଗ୍ନଶମ ବାହିନୀ ଏଠାରେ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଠା କରୁଛି । ଅଧିକ ଧୂଆଁ ବାହାରୁ ଥିବାରୁ କୋଠା ମଧ୍ୟକୁ ପ୍ରବେଶ କରିପାରୁ ନାହାନ୍ତି ଅଗ୍ନଶମ କର୍ମଚାରୀ । ତେବେ ନିଆଁ କିପରି ଲାଗିଲା ତାହାର କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ । ଏହି ନିଆଁ ପାଖ ଦୋକାନକୁ ମଧ୍ୟ ବ୍ୟାପିବାକୁ ଲାଗିଛି । ସମ୍ପୂର୍ଣ୍ଣ କୋଠାରେ ନିଆଁ ବ୍ୟାପିବାକୁ ଲାଗିଛି । ତେବେ ଏହି ଘଟଣା ସକାଳ ୮ ଟାରେ ଘଟିଥିଲା ।

Get real time updates directly on you device, subscribe now.