fbpx
BSKY
BJD YOUTH SKY
BJD MS SKY

ଭାରତକୁ ଅଷ୍ଟମ ସ୍ୱର୍ଣ୍ଣ: ଚତୁର୍ଥ ସ୍ଥାନକୁ ଲମ୍ଫ ମାରିଲା ଭାରତ, ପଦକ ସଂଖ୍ୟା ୩୦ରେ ପହଞ୍ଚିଲା

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାର ଆଜି ହେଉଛି ଷଷ୍ଠ ଦିବସ । ତେବେ ଆଜି ଭାରତ ଶୁଟିଂରେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି । ଆଜି ଦିନର ଆରମ୍ଭରୁ ପୁରୁଷ ଟିମ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ମହିଳା ଟିମ୍ ସିଲଭର ପଦକ ଜିତିଥିଲା । ଏସୀୟ କ୍ରୀଡ଼ାରେ ଶୁଟିଂରେ ଭାରତ ୫ମ ସ୍ୱର୍ଣ୍ଣ ପଦକ ହାସଲ କରି ବିଶ୍ୱରେକର୍ଡ ସୃଷ୍ଟି କରିଥିଲା ।

ତେବେ ଏହା ମଧ୍ୟରେ ପୁଣି ଦେଶର ଗୌରବ ବୃଦ୍ଧି କରିଛି ଶୁଟିଂ । ଭାରତୀୟ ଶୁଟର ପଲକ ଗୁଲିୟା ଶୁଟିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେହିପରି ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଇଶା ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାଫଳରେ ଭାରତ ୮ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ସହ ମୋଟ ୩୦ଟି ପଦକ ହାସଲ କରିବା ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇପାରିଛି ।

ଈଶା ସିଂହ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ରୌପ୍ୟ ପଦକ ପାଇଥିବା ବେଳେ ପଲକ ଗୁଲିୟା ସମାନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ଟେନିସ ଯୋଡ଼ି ରାମକୁମାର ରାମନାଥନ ଓ ସାକେତ ମାଇନେନି ରୌପ୍ୟ ପଦକ ପାଇଥିଲେ । ଏହାପୂର୍ବରୁ ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମର, ସ୍ୱପ୍ନିଲ କୁସାଲେ, ଅଖିଲ ଶିଓରନ ୫୦ ମିଟର ରାଇଫଲ ୩ପି ଶୁଟିରେ ସ୍ୱର୍ଣ୍ଣ ଓ ଈଶା ସିଂହ, ଦିବ୍ୟା ଟିଏସ ଓ ପଲକ ଗୁଲିୟା ୧୦ ମିଟର ଏୟାର ରାଇଫଲ ଶୁଟିଂରେ ରୌପ୍ୟ ପାଇଥିଲେ ।

Get real time updates directly on you device, subscribe now.