ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ପୂର୍ବ ସଂଧ୍ୟାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଫ୍ରାନ୍ସର ରାଜଧାନୀ ପ୍ୟାରିସ ସ୍ଥିତ ଆଇଫିଲ ଟାୱାରରେ ନିଆଁ ଲାଗିବାର ସୂଚନା ମିଳିଛି। କୁହାଯାଉଛି ଯେ, ଖ୍ରୀଷ୍ଟମାସ ଡେ’ର ପୂର୍ବ ସଂଧ୍ୟାରେ ସେଠାରେ ଅନେକ ସଂଖ୍ୟାରେ ଲୋକଙ୍କର ଭିଡ଼ ଜମିଥିଲା। ସେଠାରୁ ୧୨୦୦ ଲୋକଙ୍କୁ ବାହାର ମଧ୍ୟ କରାଯାଇଛି।
ମିଡିଆ ରିପୋର୍ଟ ମୁତାବକ, ଖ୍ରୀଷ୍ଟମାସ ପୂର୍ବ ସଂଧ୍ୟାରେ ପ୍ୟାରିସର ଆଇଫିଲ ଟାୱାରର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିବା ପରେ ତାକୁ ଖାଲି କରାଯାଇଛି। ଏହାପରେ ଅଗ୍ନିଶମ ବାହିନୀକୁ ଡକାଯାଇ ନିଆଁକୁ ଆୟତ୍ତ କରାଯାଉଛି। ଏହାରି ମଧ୍ୟରେ ନିଆଁକୁ ଆୟତ୍ତ କରିବା ଲାଗି ଏବଂ ସାର୍ବଜନୀନ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଜରୁରୀକାଳୀନ ସେବାଗୁଡ଼ିକୁ ସଙ୍ଗେସଙ୍ଗେ କାର୍ଯ୍ୟକାରୀ କରାଯାଇଛି।