ଜୀବନରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ଆଗରେ ଫେରାଦ ହେଲେ ଯୁବତୀ, ଜାଣନ୍ତୁ କଣ କହିଲା ପୋଲିସ
ଓଡିଶା ଭାସ୍କର; ସୋସିଆଲ ମିଡିଆରେ ପ୍ରାୟ ଅନେକ ସମୟରେ ଏଭଳି କିଛି ଅଜବ ଘଟଣା ଦେଖାଦେଇଥାଏ ଯାହାକୁ ନେଇ ଖୁବ ଚର୍ଚ୍ଚା ହୋଇଥାଏ । ତେବେ ଏହି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ପୋଷ୍ଟ ଦେଖାଦେଇଛି ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ଆପଣ ଏହି ପୋଷ୍ଟଟିକୁ ଦେଖି ଟିକିଏ ତାଜୁବ ହେବା ସହ ନିହାତି ଖୁବ ମନୋରଞ୍ଜନ କରିବେ ।
ଆଜିକାଲି ମଣିଷ ଜୀବନରେ ଏତେ ମାତ୍ରାରେ ଚାପ ବଢ଼ିଗଲାଣି ଯେ, ଯେଉଁଥିରେ ଶାନ୍ତି ଟିକିଏ ମିଳିବା କଷ୍ଟ କର । କିଏ କେଉଁଠୁ ଟିକିଏ ଶାନ୍ତି ପାଇବ ସେଥିପାଇଁ ସେ ଅନବରତ ଚେଷ୍ଟା କରି ଚାଲିଛି । କିଏ ଶାନ୍ତିକୁ ଘରେ ଖୋଜିବାକୁ ଚେଷ୍ଟା କରୁଛି ତ ପୁଣି ଆଉ କିଏ ଶାନ୍ତି ଖୋଜି ଖୋଜି ପୋଲିସ ଷ୍ଟେସନରେ ପହଞ୍ଚି ଯାଉଛି । ତେବେ ଜଣେ ଯୁବତୀ ନିଜ ଜୀବନରେ ହଜିଯାଇଥିବା ଶାନ୍ତିକୁ ଖୋଜିଦେବା ପାଇଁ ପୋଲିସ ଷ୍ଟେସନରେ ଫେରାଦ ହୋଇଛନ୍ତି । ଯଦିଓ ସେ ଏହାକୁ କୌତୁହଳ ଭାବେ ପ୍ରକାଶ କରିଛନ୍ତି କିନ୍ତୁ ପୋଲିସ ତାଙ୍କର ଏହି ସମସ୍ୟାକୁ ସମାଧାନ କରିଥିବା ଦେଖିବାକୁ ମିଳିଛି ।
Many of us are in ‘talaash’ of ‘sukoon’ too Ms Arya! We appreciate your ‘aitbaar’ in us and are sure that you will find it in your ‘rooh’ – for anything else tangible, you may ‘beshaq’ come to us #EnsuringSukoonForMumbai #MumbaiFirst https://t.co/GkA3sTmf8n
— मुंबई पोलीस – Mumbai Police (@MumbaiPolice) October 31, 2023
ସୂଚନା ଥାଉକି, ଲୋକପ୍ରିୟ “ଏକ୍ସ”(ପୂର୍ବରୁ ଟୁଇଟର)ରେ ଭେଦିକା ଆରିଆ ନାମକ ଜଣେ ଯୁବତୀ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ମୋର ଶାନ୍ତିକୁ ମୁଁ ହରାଇ ବସିଛି ଏଥିପାଇଁ ମୁଁ ଥାନାକୁ ଯାଉଛି ମୋ ଶାନ୍ତିକୁ ଫେରାଇ ଆଣିବାକୁ । ଏହା ସହ ଏହି ପୋଷ୍ଟରେ ସେ ମୁମ୍ବାଇ ପୋଲିସକୁ ଟ୍ୟାଗ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ପରେ ଯୁବତୀ ଜଣକଙ୍କର ସମସ୍ୟା ସମାଧାନ କରିବା ପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ଉତ୍ତର ଦିଆଯାଇଛି । ମୁମ୍ବାଇ ପୋଲିସର ଅଫିସିଆଲ ଆଇଡି ଏକ୍ସରେ ଯୁବତୀ ଜଣଙ୍କ ସମସ୍ୟା ସମାଧାନ ପାଇଁ ଉତ୍ତର ଦିଆଯାଇଥିବା ନଜରକୁ ଆସିଛି । ଏଥିରେ ମୁମ୍ବାଇ ପୋଲିସ ପକ୍ଷରୁ ଲେଖାଯାଇଛି, ଶ୍ରୀମତୀ ଆରିଆ ଆପଣଙ୍କ ପରି ଆମେ ସମସ୍ତେ ବି ଶାନ୍ତିର ଅନୁସନ୍ଧାନରେ ରହିଛୁ । ଆମ ଉପରେ ରହିଥିବା ଆପଣଙ୍କ ବିଶ୍ୱାସକୁ ଆମେ ପ୍ରଶଂସା କରୁଛୁ, ଆପଣଙ୍କ ଜୀବନର ଚଲାପଥରେ ହିଁ ଆପଣ ଶାନ୍ତି ପାଇପାରିବେ । ଯଦି କୌଣସି ପାର୍ଥିବ ଜିନିଷ ଆପଣଙ୍କର ହଜିଛି ତେବେ ନିର୍ଦ୍ୱନ୍ଦରେ ଆପଣ ଆମ ପାଖକୁ ଆସି ପାରିବେ । ତେବେ ପୋଲିସ ଓ ଯୁବତୀଙ୍କ ଏହି ସୋସିଆଲ ମିଡ଼ିଆର ବାର୍ତ୍ତାକୁ ସମସ୍ତେ ସେୟାର କରିବା ସହ ଖୁବ ମନୋରଞ୍ଜନ ମଧ୍ୟ କରୁଛନ୍ତି ।