fbpx

ଅବରାମଙ୍କ ପାଖେ ଦେଖାଦେଲା ଶାହରୁଖ ଖାନଙ୍କ ଝଲକ, ପିତାଙ୍କ ପରି ବଜାଉଛନ୍ତି ଗିଟାର, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ସୁପରଷ୍ଟାର ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ସାନପୁଅ ଅବରାମ ଖାନ। ଅବରାମ ଘରର ସବୁଠାରୁ ସାନ, ତେଣୁ ସେ ପରିବାରର ସବୁଠାରୁ ପ୍ରିୟ ବୋଲି କୁହାଯାଉଛି। ଏଥିସହ ସେ ମଧ୍ୟ ପ୍ରଶଂସକଙ୍କ ପ୍ରିୟ ଷ୍ଟାର୍ କିଡ୍। ଶାହରୁଖ ଅବରାମଙ୍କୁ ଲାଇମଲାଇଟ୍ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି, ହେଲେ ଏହା ସତ୍ତ୍ୱେ ଅବରାମ ସର୍ବଦା କୌଣସି କାରଣରୁ ଚର୍ଚ୍ଚାରେ ରହିଥା’ନ୍ତି। ଏହି ସମୟରେ, ଅବରାମ ତାଙ୍କର ଗୋଟିଏ ଫଟୋ ହେତୁ ପୁଣିଥରେ ଲାଇମଲାଇଟକୁ ଆସିଛନ୍ତି।

ବାସ୍ତବରେ, ଅବରାମଙ୍କ ବିଦ୍ୟାଳୟର କିଛି ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେଉଛି। ଏହି ଫଟୋ ଅବରାମଙ୍କ ସ୍କୁଲ ଇଭେଣ୍ଟର ଅଟେ। ଏହି ସମୟରେ ଶାହରୁଖ ଖାନ ମଧ୍ୟ ସେଠାରେ ନଜର ଆସିଛନ୍ତି। ଶାହରୁଖ ସାଧାରଣ ପିତାଙ୍କ ପରି ପିଲା ଏବଂ ଅଡ଼ିଏନ୍ସଙ୍କ ମଧ୍ୟରେ ଚଟାଣରେ ବସିଥିବାର ନଜର ଆସିଛନ୍ତି। କିଙ୍ଗ ଖାନଙ୍କ ଏହି ସିମ୍ପଲ ଷ୍ଟାଇଲ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଏହି ଫଟୋରେ କିଙ୍ଗ ଖାନଙ୍କ ପୁଅ ଅବରାମ ଗିଟାର ବଜାଉଥିବାର ନଜର ଆସିଛନ୍ତି।

ଗିଟାର ସହିତ ଅବରାମଙ୍କ ଏହି ଫଟୋ ଶାହରୁଖ ଖାନଙ୍କ ଫିଲ୍ମ ‘ପରଦେଶ’କୁ ମନେପକାଇ ଦେଉଛି, ଯେଉଁଥିରେ ଅଭିନେତା ସମାନ ଢଙ୍ଗରେ ଗିଟାର ବଜାଉଥିବାର ନଜର ଆସିଥିଲେ। ତେବେ ଅବରାମଙ୍କ ଭିତରେ ପିତା ଶାହାରୁଖ ଖାନଙ୍କ ଝଲକ ଦେଖିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଅନେକ ଥର ସେ ଶାହାରୁଖ ଖାନଙ୍କ ପରି ପୋଜ୍ କରୁଥିବା ଦେଖିବାକୁ ମିଳିଛି।

Get real time updates directly on you device, subscribe now.