fbpx

ସୂର୍ଯ୍ୟଙ୍କର ଭୟାନକ ରୂପ! କରୋନା ଭାଇରସ ଭଳି ସୂର୍ଯ୍ୟରେ ବି ଦିଶୁଛି କଣ୍ଟା, କାହିଁକି ?

ନୂଆଦିଲ୍ଲୀ: ଆଜି ଜଣେ ଫଟୋଗ୍ରାଫର ପୃଥିବୀରୁ ସୂର୍ଯ୍ୟଙ୍କର ଏକ ଫଟୋ ଉଠାଇଛନ୍ତି । ଯେଉଁ ଫଟୋରେ ସୂର୍ଯ୍ୟ ଖୁବ ଭୟଙ୍କର ରୂପରେ ଦେଖାଯାଇଛନ୍ତି । କାରଣ ଏହି ସୂର୍ଯ୍ୟଙ୍କର ଏହି କ୍ଲୋଜ-ଅପ୍ ଫଟୋକୁ ଦେଖିବା ବେଳେ କିଛି ଅଜବ ଦୃଶ୍ୟ ଦେଖାଯାଇଛି । କୁହାଯାଉଛି, ସୂର୍ଯ୍ୟ ବର୍ତ୍ତମାନ କରୋନାର ରୂପ ନେଉଛନ୍ତି । କିନ୍ତୁ ଏମିତି କ’ଣ ଦେଖିବାକୁ ମିଳିଛି ଏହି ଫଟୋରେ? ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କର ଏହି ଭୟାନକ ରୂପର କାରଣ କ’ଣ…

Sun with ISS

ବିଶାଳ ସୂର୍ଯ୍ୟ ଖୁବ ଅଶାନ୍ତ ଏବଂ ଉତ୍ତପ୍ତ ବୋଲି ସମସ୍ତେ ଜାଣନ୍ତି । ଅନ୍ତରୀକ୍ଷରେ ସୂର୍ଯ୍ୟ ହାଇ-ଏନର୍ଜି ରେଡିଏସନ୍ ବିଞ୍ଚିଥାଏ, ଏଥିରୁ ପୃଥିବୀର ଚାରି ପାଖରେ ବୁଲୁଥିବା ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନ୍(ଆଇଏଏସ)ରେ ମଧ୍ୟ ପହଞ୍ଚିଥାଏ । ଆଇଏସଏସ ଗୋଟିଏ ଦିନରେ ୧୬ଥର ପୃଥିବୀ ଚାରି ପାଖରେ ଭ୍ରମଣ କରିଥାଏ । ସଠିକ ସ୍ଥାନ ଏବଂ ସଠିକ ଟେଲିସ୍କୋପ ସାହାଯ୍ୟରେ ଆପଣ ଏହା ଉପରେ ବୁଲୁଥିବା ଦେଖାଯାଇପାରିବ । ମାତ୍ର ଅଳ୍ପ ମିଲି-ସେକେଣ୍ଡ ଭିତରେ ଆଇଏସଏସ ବେଳେବେଳେ ସୂର୍ଯ୍ୟଙ୍କ ସାମନାରେ ମଧ୍ୟ ଦେଖାଯାଇଥାଏ ।

Sun with ISS

ଠିକ ଏହି ସମୟରେ ଫଟୋଗ୍ରାଫର ଆଣ୍ଡ୍ର୍ୟୂ ମ୍ୟାକାର୍ଥି ଏଭଳି ଏକ ଫଟୋ ନିଜ କ୍ୟାମେରାରେ କଏଦ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏହି ଫଟୋ କମ୍ପୋଜ କରିବା ପାଇଁ ତାଙ୍କୁ ୧୨ ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି । ୩ଟି ଟେଲିସ୍କୋପ ସାହାଯ୍ୟରେ ଏହି ଫଯୋକୁ କ୍ୟାପ୍ଚର କରିଛନ୍ତି ଫଟୋଗ୍ରାଫର ଆଣ୍ଡ୍ର୍ୟୁ । ତେବେ ବର୍ତ୍ତମାନ ଏକ ଫଟୋ ଭଳି ଦେଖାଯାଉଥିବା ବେଳେ ପ୍ରକୃତରେ ହଜାର ହଜାର ଫଟୋର ଏହା ହେଉଛି ଏକ ମୋଜେଫ । ଏହି ଫଟୋରେ ସନ୍ ସ୍ପଟ ପାଖରେ ରହିଛି ସ୍ପେସ ଷ୍ଟେସନ । ଏହା ସୂର୍ଯ୍ୟପୃଷ୍ଠର ଏକ ଗାଢ ଅଞ୍ଚଳ ହୋଇଥାଏ, କାରଣ ଏହା ଆଖପାଖ ଅଞ୍ଚଳ ଅପେକ୍ଷା ଥଣ୍ଡା ହୋଇଥାଏ ।

ତେବେ ଏହି ଫଟୋରେ ସ୍ପେସ ଷ୍ଟେସନ ସୂର୍ଯ୍ୟପୃଷ୍ଠରେ ଥିବା ଦେଖାଯାଉଛି । କାରଣ ପୃଥିବୀଠାରୁ ବହୁ ଦୂର(୪୦୨ କି.ମି.)ରେ ରହିଥାଏ ସ୍ପେସ ଷ୍ଟେସନ । କିନ୍ତୁ ଫଟୋକୁ ଜୁମ କରି ଦେଖିଲେ ଆଇଏସଏସ ସ୍ପଷ୍ଟ ଭାବରେ ଦେଖାଯାଇପାରିବ । ସ୍ପେସ ଷ୍ଟେସନ ସୂର୍ଯ୍ୟର ପ୍ଲାଜମା ଉପରେ କେବଳ ଏକ ଛାଇ ପରି ଦେଖାଯାଏ । ସୂର୍ଯ୍ୟ ଧିରେ ଧିରେ ଆକ୍ଟିଭ ହେବା ସହିତ ଏହା ଅଧିକ ମାଟେରିଆଲ ଅନ୍ତରୀକ୍ଷ ଏବଂ ପୃଥିବୀକୁ ମଧ୍ୟ ଛାଡିଥାଏ । ଏହାକୁ ହିଁ ସୋଲାର ଫ୍ଲେୟର କିମ୍ବା କୋରୋନଲ ମାସ ଇଜେକ୍ସନ କୁହାଯାଏ ।

 

Get real time updates directly on you device, subscribe now.