ରେଲୱେ ପ୍ଲାଟଫର୍ମରେ ଉଡ଼ିଲା ଛୁରୀ-ଭୂଜାଲି, ଟ୍ରେନରେ ସିଟକୁ ନେଇ ବିବାଦ, ଜଣେ ମୃତ

ନୂଆଦିଲ୍ଲୀ: ଜିଲ୍ଲାର ନିହାଲଗଢ ରେଲୱେ ଷ୍ଟେସନ ପ୍ଲାଟଫର୍ମରେ ଟ୍ରେନର ସିଟ୍‌କୁ ନେଇ ବିବାଦ ଗତକାଲି ରାତିରେ ହୋଇଥିଲା। ବିବାଦ ଏତେମାତ୍ରାରେ ବଢିଯାଇଥିଲା ଯେ, ଦୁହିଁଙ୍କ ପକ୍ଷରୁ ଘମାଘୋଟ ଯୁଦ୍ଧ ହୋଇଥିଲା। ଏହି ସିଟ୍ ବିବାଦରେ ଜଣେ ବ୍ୟକ୍ତିଙ୍କର ଜୀବନ ଚାଲିଯାଇଛି।

ସୂଚନା ମୁତାବକ, ଏହି ବିବାଦରେ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ତେବେ ଏହି ଯାତ୍ରୀଙ୍କ ଉପରେ ଛୁରୀରେ ଆକ୍ରମଣ କରିବା ପରେ ଆକ୍ରମଣକାରୀ ଟ୍ରେନରୁ ଫେରାର ହୋଇଯାଇଛି।

କୁହାଯାଉଛି ଯେ, ବେଗମପୁରା ଏକ୍ସପ୍ରେସ ଟ୍ରେନରେ ସିଟ ଉପରେ ବସିବାକୁ ନେଇ ଦୁଇ ଯାତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଗୁଣ୍ଡାମାନେ ତିନିଜଣ ଭାଇଙ୍କ ଉପରେ ଛୁରୀ ଆକ୍ରମଣ କରି, ରକ୍ତାକ୍ତ କରିଦେଇଥିଲେ। ତେବେ ଏହି ଆକ୍ରମଣରେ ଜଣେ ଭାଇର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଭାଇଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଛୁରୀ ଆକ୍ରମଣ ଘଟଣା ହଇଚଇ ସୃଷ୍ଟି କରିଛି।