fbpx

ପୁଣି ଆସୁଛି ଆଉ ଏକ ଲଘୁଚାପ! ଜାଣନ୍ତୁ କେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା ୯ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହା ପୂର୍ବରୁ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଅବଶ୍ୟ ଲଘୁଚାପର ପ୍ରଭାବ ଓଡିଶାରେ ବିଶେଷ ଭାବେ ପଡ଼ିନଥିଲା । ଦକ୍ଷିଣ ଓଡିଶାର କିଛି ଅଞ୍ଚଳରେ କାଁ ଭାଁ ବର୍ଷା ହେବା ସହ ତାମିଲନାଡୁ ଉପରେ ଅଧିକ ପ୍ରଭାବ ପକାଇଥିଲା। ଏହାର ପ୍ରଭାବରେ ଗତ୨୮ତାରିଖରେ ଦକ୍ଷିଣ ଓଡିଶାର କେତେକ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା ।

Get real time updates directly on you device, subscribe now.