ପ୍ରେମର କଠୋର ପରିଣାମ: ଅନ୍ୟ ଧର୍ମରେ ଭଲ ପାଇବାରୁ ହିନ୍ଦୁ ଯୁବକଙ୍କୁ ହତ୍ୟା

କର୍ଣ୍ଣାଟକ: ପ୍ରେମ ଏକ ସାସ୍ୱତ ଏବଂ ଚିର ପୂଜନୀୟ ସମ୍ପର୍କ । ପ୍ରେମରେ ଜାତି, ଧର୍ମ, ବୟସ, ରଙ୍ଗ କିମ୍ବା ଧନୀ ଗରିବ ଦେଖାଯାଇନଥାଏ । ଗୋଟିଏ ହୃଦୟ ସହ ଆଉ ଗୋଟିଏ ହୃଦୟକୁ ଯୋଡିଥାଏ ଏହି ପ୍ରେମ ଆଉ ଭଲ ପାଇବା । କିନ୍ତୁ କର୍ଣ୍ଣାଟକରେ ଏହି ପ୍ରେମ ପାଇଁ ସୃଷ୍ଟି ହୋଇଛି ମହାଭାରତ । ପ୍ରେମର ପବିତ୍ର ସମ୍ପର୍କରେ ପଡିଛି ରକ୍ତର ଛିଟା । ଅନ୍ୟ ଧର୍ମର ଝିଅକୁ ଭଲ ପାଇଥିବାରୁ ଜଣେ ହିନ୍ଦୁ ଯୁବକଙ୍କୁ ନର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, କର୍ଣ୍ଣାଟକର ବାଡି କସବେର ଭୀମାନଗର ଲେଆଉଟ ନିବାସୀ ବିଜୟ କାମ୍ବଲେ ଏହି ପରିଣାମର ଶିକାର ହୋଇଛନ୍ତି । ସୋମବାର ରାତିରେ ଏକ ରେଲୱେ ପୋଲ ନିକଟରେ ବିଜୟଙ୍କର ରକ୍ତଭିଜା ମୃତଦେହ ଜବତ କରାଯାଇଛି । କିଛି ଯୁବକ ତାଙ୍କୁ ଏଠାରେ ଘେରି ନେଇଥିଲେ ଏବଂ ବିଜୟଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ବିଜୟଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ତେବେ କିଛି ସମୟ ପରେ ବିଜୟ ପ୍ରାଣ ହରାଇଥିଲେ । ତେବେ ଏହି ହତ୍ୟାକାଣ୍ଡର କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜୟ ଜଣେ ମୁସଲିମ ଝିଅଙ୍କୁ ପ୍ରେମ କରୁଥିଲେ ଏବଂ ବିବାହ କରିବା ପାଇଁ ଚାହୁଁଥିଲେ । କିନ୍ତୁ ଏହି ସମ୍ପର୍କକୁ ଗ୍ରହଣ କରୁନଥିଲେ ଝିଅର ପରିବାର ଲୋକେ ।

ଷରେ ଝିଅର ପିତା ଏବଂ ଭାଇ ବିଜୟଙ୍କୁ ଛୁରୀ ମାରି ହତ୍ୟା କରିଥିବା ତାଙ୍କ ମା ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ବିଜୟଙ୍କ ବନ୍ଧୁ ମଧ୍ୟ ଏ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେମାନେ ସାଙ୍ଗ ହୋଇ ବସି କଥା ହେଉଥିବା ବେଳେ କିଛି ଦୁର୍ବୃତ୍ତ ହଠାତ ସେମାନଙ୍କ ଉପରେ ଆକ୍ରମଣ କରିଥିବା ସେ ପ୍ରକାଶ କରିଛନ୍ତି । ଦୁଇ ଯୁବକ ହଠାତ ବିଜୟଙ୍କୁ ଆକ୍ରମଣ କରିବା ସହ ଛୁରୀ ଭୁଷି ହତ୍ୟା କରିଥିବା ତାଙ୍କ ବନ୍ଧୁ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ଆଧାରରେ ପୋଲିସ ଝିଅର ଭାଇ ଶହାବୁଦ୍ଦୀନ ଏବଂ ନବାଜ ନାମକ ଜଣେ ଯୁବକକୁ ଗିରଫ କରିଛି ।

Get real time updates directly on you device, subscribe now.