fbpx

ପାଣିରେ ଲୁଚିଥିବା ଆନାକୋଣ୍ଡାର ଫଟୋ ଉଠାଉଥିଲେ ଯୁବକ: ଦେଖନ୍ତୁ କ’ଣ କଲା ସାପ..

ଓଡିଶା ଭାସ୍କର: ସୋସିଆଲ ମିଡିଆର କିଛି ଭାଇରାଲ ଭିଡିଓ ମଣିଷକୁ ଅନେକ ପ୍ରକାରର ଶିକ୍ଷା ଦେଇଯାଏ । ଅନେକ ସମୟରେ କିଛି ଲୋକ ଭିଡିଓ ବନାଇବା ଚକ୍କରରେ ବିଭିନ୍ନ ଦୁଃସାହସିକ କାମ କରି ପକାଇଥାନ୍ତି । ଯାହା ପାଇଁ ତାଙ୍କୁ ପରେ ଅନୁତାପ କରିବାକୁ ପଡିଥାଏ । ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପାଣି ଭିତରେ ଲୁଚି ରହିଥିବା ଏକ ଆନାକୋଣ୍ଡାର ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ଜଣେ ଯୁବକଙ୍କ ସହ କିଛି ଏପରି ଘଟିଛି ଯାହାପରେ ସେ ଆଗକୁ ଏଭଳି କାରନାମା କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ ।

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଡଙ୍ଗାରେ ଯାଉଥିବା ସମୟରେ ଜଣେ ବ୍ୟକ୍ତି ପାଣି ଭିତରେ ତିବା ସାପର ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି । ତେବେ ପାଣି ଭିତରେ ଥିବା ଏହି ସାପ ହେଉଛି ଭୟଙ୍କର ଆନାକୋଣ୍ଡା । କିନ୍ତୁ ଯେତେବେଳେ ଯୁବକ ଜଣକ କ୍ୟାମେରାକୁ ସାପ ନିକଟକୁ ନେଇଛନ୍ତି, ହଠାତ ଏମିତି ଏକ ଘଟଣା ଘଟିଛି, ଯାହା ସେ କେବେ ସ୍ୱପ୍ନରେ ବି ଭାବି ନଥିବେ । ପାଣିରେ ଶୋଇଥିବା ଆନାକୋଣ୍ଡା ହଠାତ ବ୍ୟକ୍ତିଙ୍କ ଉପରେ ରାଗି ଯାଉଛି । ଆଉ କ୍ୟାମେରା ଏବଂ ଯୁବକଙ୍କ ଉପରକୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି ।ଆକ୍ରମଣ କରିବା ପରେ ନିଜ ସ୍ଥାନରୁ କୁଆଡେ ଗାଏବ ହୋଇ ଯାଉଛି ଆନାକୋଣ୍ଡା । ତେବେ ଏହାର ଲମ୍ବା ୩୦ ଫୁଟ ଏବଂ ଓଜନ ପ୍ରାୟ ୫୫୦ ପାଉଣ୍ଡ ହେବ ବୋଲି ଅନୁମାନ କରାଯାଉଛି । ଯଦିଓ ଆନାକୋଣ୍ଡା ଆକ୍ରମଣରେ ଯୁବକଙ୍କର କିଛି କ୍ଷତି ହୋଇନି । କିନ୍ତୁ ଏକ ବଡ ବିପଦରୁ ସେ ରକ୍ଷା ପାଇ ଯାଇଛନ୍ତି ଯାହାକୁ ନିଶ୍ଚିତ ମୃତ୍ୟୁ କହିଲେ କିଛି ଭୁଲ ହେବନି ।

ସୋସିଆଲ ମିଡିଆରେ ଏହି ଭିଡିଓ ଅପଲୋଡ ହେବା ପରେ ଖୁବ କମ ସମୟ ମଧ୍ୟରେ ବ୍ୟପିଯାଇଥିଲା । ଅନକ ଲୋକ ଏହି ଭିଡିଓକୁ ଦେଖି ଲାଇକ କରିବା ସହ ବିଭିନ୍ନ ପ୍ରତିକ୍ରିୟ ରଖୁଛନ୍ତି । ତେବେ ଏହି ଭିଡିଓରୁ କିଛି ଶିକ୍ଷା ମଧ୍ୟ ମିଳିଛି । ମନୋରଞ୍ଜନ ପାଇଁ ନିଜ ଜୀବନକୁ ବାଜି ଲଗାଇ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ ବୋଲି ଭିଡିଓ କରୁତିବା ଏହି ଯୁବକ ଜଣକ ଖୁବ ଭଲ ଭାବରେ ବୁଝି ଯାଇଥିବେ ।

Get real time updates directly on you device, subscribe now.