fbpx

ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଏବେବି ଅନେକ ଲୋକ ଫସି ରହିଥିବା ଅନୁମାନ

ନଆଦିଲ୍ଲୀ: ଗୁରୁବାର ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜିଲ୍ଲା ସ୍ଥିତ ଗ୍ରେଟର ନୋଏଡାରେ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗୌର ସିଟି(Gaur City) ୨ର ୧୬ତମ ଏଭେନ୍ୟୁରେ ୨ଟି ଫ୍ଲାଟରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ପୁରା ବିଲ୍ଡିଂ ସହ ଆଖପାଖ ଅଞ୍ଚଳ ଧୁଆଁରେ ଭର୍ତ୍ତି ହୋଇଯାଇଥିଲା । ଏବେବି ଫ୍ଲାଟରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଅୟତ କରିବା ସହ ଲୋକଙ୍କୁ ଉଦ୍ଧାର କରିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହାତ ହୋଇ ନଥିବା ସୂଚନା ମିଳିଛି ।

ସୂଚନାରୁ ପ୍ରକାଶ ଗ୍ରେର ନୋଏଡାର ଏକ୍ସଟେନସନ୍ ସ୍ଥିତ ଗୌର ସିଟି-୨ର ୧୬ତମ ଏଭେନ୍ୟୁର ଏକ ଟାୱାରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ସମ୍ପୂର୍ଣ୍ଣ ଟାୱାର ସହ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଏହି ଧୂଆଁରେ ଅନେକ ଲୋକ ଅଣନିଶ୍ୱାସୀ ହୋଇଯାଇଥିଲେ । ଏନେଇ ଘଟଣା ସ୍ଥଳରେ ଉତ୍ତଜନା ଦେଖାଦେଇଥିଲା । ଲୋକମାନେ ଭୟରେ ଫ୍ଲାଟରୁ ବାହାରି ଆସିଥିଲେ । ଖବର ପାଇ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

Get real time updates directly on you device, subscribe now.