fbpx

ରୋମରେ ଗୁଳିମାଡ଼, ଇଟାଲୀ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗ ସମେତ ତିନି ମହିଳାଙ୍କ ମୃତ୍ୟୁ

ରୋମ: ରବିବାର ସଂଧ୍ୟାରେ ଏକ ବନ୍ଧୁକଧାରୀଙ୍କ ଦ୍ୱାରା ଗୁଳିଚାଳନା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ରୋମର ଏକ ଆପାର୍ଟମେଣ୍ଟ ବ୍ଲକର ବାସିନ୍ଦା ମାନେ ବୈଠକ ବସାଇଥିଲେ । ସେଠାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି । ପୋଲିସ ବନ୍ଧୁକଧାରୀଙ୍କୁ ଗିରଫ କରିଛି । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିଲେ । ସେମାନଙ୍କ ମଧ୍ୟରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ଜଣେ ବନ୍ଧୁ ଥିଲେ ।

ଏହି ଘଟଣା ପରେ ମେଲୋନୀ ସେହି ମୃତକଙ୍କ ମଧ୍ୟରୁ ଜଣେ ନିକୋଲଏଟା ଗୋଲିସାନୋଙ୍କ ସହ ଫଟୋ ଉଠାଇ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି ‘ ସେ ମୋ ପାଇଁ ସର୍ବଦା ସୁନ୍ଦର ଏବଂ ଖୁସି ରହିବେ, ତାଙ୍କର ଏମିତି ମରିବା ଠିକ ନୁହେଁ’ । ପିଏମ ମିଲୋନୀ କହିଛନ୍ତି, ଯେଉଁ ବନ୍ଧୁକ ଚାଳନା ହୋଇଥିଲା ତାକୁ ପୋଲିସ ଅକ୍ତିଆର କରିବା ସହ ଅଧିକାରୀଙ୍କ ମାନଙ୍କ ଦ୍ୱାରା ଏହାର ତଦନ୍ତ ଜାରୀ ରଖାଯାଇଛି ।

ଇଟାଲୀ ଫିଡେନ ଜିଲ୍ଲାର ରବିବାର ଦିନ ସଂଧ୍ୟାରେ ଏକ ସଭା ଅୟୋଜିତ ହୋଇଥିଲା । ଏହି ଅଭିଯୋଗରେ ପୋଲିସ ଜଣେ ୫୭ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି । ଜଣେ ପ୍ରତ୍ୟେକ୍ଷଦର୍ଶୀ ପୋଲିସ ଆଗରେ ରାୟ ଦେଇ କହିଛନ୍ତି ଯେ, ସେହି ବନ୍ଧୁକଧାରୀ ଜଣେ ସ୍ଥାନୀୟ ବ୍ୟକି ଯିଏକି ବାସିନ୍ଦା ସଂଗଠନ ସହିତ ଅନେକ ବିବାଦ କରିଥିଲେ । ଏହା ବ୍ୟତିତ ଅନ୍ୟଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ସେହି ବ୍ୟକ୍ତି ଆସି ବୈଠକସ୍ଥଳିର କବାଟ ବନ୍ଦ କରିଦେଇଥିଲା । ଏହାପରେ ଜୋରରେ ପାଟିକରି କହିଲା, ମୁଁ ତୁମ ସମାସ୍ତଙ୍କୁ ମାରିଦେବି କହି ଗୁଳି ଚଳାଇବାକୁ ଆରମ୍ଭ କରିଥିଲେ । ଗୁଳି ବିନିମୟରେ ଅନ୍ୟ ୪ଜଣ ଆହତ ହୋଇଥିବା ବେଳେ ସେଥିରୁ ଜଣକ ଅବସ୍ଥା ଗୁରୁତର।

Get real time updates directly on you device, subscribe now.