fbpx

ଦୁଷ୍କର୍ମକାରୀକୁ ହତ୍ୟା କଲେ ପୀଡିତା ନାବାଳିକା: ୨୦ ଦିନ ପରେ ଖୋଲିଲା ଗୁମର

ଅଲବର: ରାଜସ୍ଥାନ ଅଲବର ଜିଲ୍ଲାର କୋଟକାସିମ ଥାନା ଅଞ୍ଚଳରେ ପୂର୍ବ ସରପଞ୍ଚଙ୍କ ପୁଅର ହତ୍ୟା ମାମଲା ଉପରୁ ଉଠିଛି ପରଦା । ହତ୍ୟାର କାରଣ ଏବଂ ହତ୍ୟାକାରୀକୁ ଖୋଜି ବାହାର କରିଛି ପୋଲିସ । ଜଣେ ଦୁଷ୍କର୍ମ ପୀଡିତା ନାବାଳିକା ଯୁବକକୁ ହତ୍ୟା କରିଥିବା ପୋଲିସ ନିକଟରେ ଶ୍ୱୀକାର କରିଛି । ଶାରୀରିକ ଶୋଷଣର ଶିକାର ହୋଇ ନାବାଳିକା ଜଣକ ତାକୁ ହତ୍ୟା କରିଥିବା ପ୍ରକାଶ କରିଛି ।

ସୂଚନା ଅନୁସାରେ, ଶାରୀରିକ ଶୋଷଣରେ ଅତିଷ୍ଠ ହୋଇ ହତ୍ୟା କରିବା ଭଳି ପଦକ୍ଷେପ ନେଇଛି ୧୪ ବର୍ଷରଜଣେ ନାବାଳିକା । ଗାଁର ପୂର୍ବତନ ସରପଞ୍ଚଙ୍କ ପୁଅ ବିକ୍ରମ ଔରଫ ଲାଲାକୁ ଗଳା ଚିପି ହତ୍ୟା କରିଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି । ଗତ ମେ ୧୭ ତାରିଖରେ ଲାଲା ଖରାପ ଉଦ୍ଦେଶ୍ୟରେ ଏହି ନାବାଳିକାଙ୍କ ନିକଟକୁ ଆସିଥିଲା । କିନ୍ତୁ ପୀଡିତା ଲାଲାକୁ ହତ୍ୟା କରି ଘଟଣାସ୍ଥଳରୁ ସମସ୍ତ ପ୍ରମାଣ ନଷ୍ଟ କରି ଦେଇଥିବା ପୋଲିସ ସୂଚନା ଦେଇଛି । ତେବେ ପର ଦିନ ଲାଲାଙ୍କ ପରିବାର ଲୋକେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ ।

ତଦନ୍ତ ପରେ ନାବାଳିକା ଜଣକ ନିଜେ ପୋଲିସ ଆଗରେ ଘଟଣା ସମ୍ପର୍କରେ ଶ୍ୱୀକାର କରିଛି । ବାରମ୍ବାର ପୋଲିସ ଏବଂ ପରିବାର ଲୋକଙ୍କୁ ସମସ୍ତ ଘଟଣା ଜଣାଇବାକୁ ଉଦ୍ୟମ କରିବା ପରେ ମଧ୍ୟ ସଫଳ ହୋଇ ପାରୁ ନଥିଲା । ଫଳରେ ଏଥିରେ ଅତିଷ୍ଠ ହୋଇ ହତ୍ୟାର ପଦକ୍ଷେପ ନେଇଛି । ଓଢଣୀ ଏବଂ ଏକ ତାର ସାହାଯ୍ୟରେ ଲାଲାର ଗଳା ଚିପି ହତ୍ୟା କରିଥିବା କହିଛି ପୀଡିତା ନାବାଳିକା ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ନାବାଳିକା ଜଣକ ଲାଲା ସହିତ ଅନ୍ୟ କିଛି ଯୁବକଙ୍କ ଉପରେ ମଧ୍ୟ ଦୁଷ୍କର୍ମର ଅଭିଯୋଗ ଆଣିଛନ୍ତି । ଲାଲା ବ୍ୟତୀତ ଅନ୍ୟ କିଛି ଲୋକ ତାକୁ ବ୍ଲାକମେଲ କରି ଖରାପ କାମ କରିବା ପାଇଁ ବାଧ୍ୟ କରୁଥିବା ସେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.