ଏକାଦଶ ଶ୍ରେଣୀର ଛାତ୍ରୀଙ୍କୁ ବିବାହ କରି ଗର୍ଭବତୀ କଲା ଅଭିଯୁକ୍ତ: ପତି ସମେତ ୪ ଜଣଙ୍କ ନାଁରେ ମାମଲା

ଚେନ୍ନାଇ: ତାମିଲନାଡୁର ତ୍ରିଚି ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା । ଜଣେ ଏକାଦଶ ଶ୍ରେଣୀର ଛାତ୍ରୀଙ୍କୁ ବଳପୂର୍ବକ ବିବାହ କରାଯାଇଥିବା ଅଭିଯୋଂଗ ହୋଇଛି । କେବଳ ସେତିକି ନୁହେଁ, ନାବାଳିକା ଜଣକ ଗର୍ଭବତୀ ଥିବା ମଧ୍ୟ ଜାଣିବାକୁ ମିଳିଛି । ତେବେ ପୋଲିସ ୪ ଜଣକ ବିରୋଧରେ ବାଲ୍ୟ ବିବାହ ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ, ତ୍ରିଚି ଜିଲ୍ଲାର ବାଲ୍ୟ କ୍ୟାଣ ସମିତିର ଅଧିକାରୀ ମୋହନ ଏ ଘଟଣା ନେଇ ପୋଲିସର ଆଶ୍ରୟ ନେଇଛନ୍ତି । ଅଭିଯୋଗ ପରେ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । ଜୋସଫିନ ଫିଲୋମାଇନ, ମହେଶ, ଧର୍ମରାଜଙ୍କ ସମେତ ତାଙ୍କ ପତ୍ନୀ ଏବଂ ପୁଅ ସଞ୍ଜୀବରାଜଙ୍କୁ ଏହି ମାମଲାରେ ଅଟକ ରଖିଛି ପୋଲିସ । ତେବେ ଘଟଣା ସେତେବେଳେ ଜଣା ପଡିଲା ଯେତେବେଳେ ପୀଡିତା ୪ ମାସର ଗର୍ଭବତୀ ହୋଇଥିଲା ।

ଅମ୍ମାପେଟ୍ଟଇ ନାମକ ଏକ ସରକାରୀ ସ୍କୁଲରେ ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ଏହି ଘଟଣାର ଶିକାର ହୋଇଛନ୍ତି । ପୀଡିତାଙ୍କ ସହମତି ବିନା ସଞ୍ଜୀବରାଜ ସହ ତାଙ୍କର ବିବାହ କରି ଦିଆଯାଇଥିଲା । ତେବେ ଖବର ପାଇ ଥିରୁବେରୁମ୍ବୁର ସ୍ଥିତ ମହିଳା ପୋଲିସ ଷ୍ଟେସନରେ 5(I), 5(j), 5(ii), 6, 16, 17 POCSO ଅଧିନିୟମ ଏବଂ 9, 10 ବାଲ୍ୟ ବିବାହ ଧାରା ଅନୁସାରେ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ବେଳେ ପୀଡିତାଙ୍କୁ ତ୍ରିଚି ସୋନ୍ଥମ ସ୍ଥିତ ଘରକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.