ଦେହଜୀବୀ ପ୍ରେମରେ 5ବର୍ଷର ଛୁଆ, ପୂର୍ବ ଜନ୍ମର ଏକ ରହସ୍ୟମୟ କଥା

ଯିଏ କରିଥିଲା ନିଜ ପ୍ରେମ ପାଇଁ ହତ୍ୟା

ଓଡିଶା ଭାସ୍କର: ଯେଉଁ ବୟସରେ ପିଲା ଖନେଇଁ ଖନେଇଁ କଥା ହେବା କଥା ସେହି ବୟସରେ ଜଣେ 5ବର୍ଷର ଛୁଆ ଏକ ଦେହଜୀବୀ ପ୍ରେମରେ ପଡିଗଲା। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶର ବରେଲୀରେ।

ଘଟଣାଟି କଣ ଥିଲା ; ବହୁତ ବର୍ଷ ତଳର ଏ ଘଟଣା। ସେଦିନ ଥିଲା 7 ଫେବୃଆରୀ 1921। ଉତ୍ତରପ୍ରଦେଶର ବରେଲୀରେ ଏକ ବାଳକର ଜନ୍ମ ହେଲା, ଯାହାର ନାଁ ଦିଆଗଲା ବିସନ ଚାନ୍ଦ କପୂର୍। ଯେତେବେଳେ 10ମାସର ଛୁଆ ଖନେଇ ଖନେଇ କଥା କହିବା କଥା ସେତେବେଳେ ସେ ପିଲିଭିତ ଭାଷାରେ କଥା କହିବା ଆରମ୍ଭ କରିଦେଲା।

ସମୟ ବିତି ଚାଲିଲା। ବିଶନ 4 ବର୍ଷର ହୋଇଗଲା। ଦିନେ ସେ ତା ପିତାଙ୍କ ସହିତ ଗୋଟେ ବାହାଘରକୁ ଯାଇଥିଲା। ସେଠାରୁ ଫେରିବା ସମୟରେ ତାଙ୍କ ଟ୍ରେନ ପିଲିଭିତ ନାମକ ଏକ ଷ୍ଟେସନ ପାଖରେ ରହିଲା। ଷ୍ଟେସନ ନାଁ ଶୁଣି ବିସନ ଟ୍ରେନରୁ ଓହ୍ଲାଇବା ପାଇଁ ଚିତ୍କାର କଲା।

ତା ପିତା ତାକୁ ଯେତେ ରଖିବାକୁ ଚେଷ୍ଠା କଲେ ସେ ସେତେ ଜୋରରେ କାନ୍ଦିଲା। ତା ପରେ କହିଲା ମତେ ଯିବାକୁ ଦିଅ। ମୁଁ ଏଇଠି ରହୁଥିଲି। ଏକଥା ଶୁଣି ତା ପିତା ଆଶ୍ଚର୍ଯ୍ୟ ହୋଇଗଲେ। କିଛି ବର୍ଷ ପର୍ଯ୍ୟନ୍ତ ଏହି ସବୁ ଲାଗିରହିଲା। 1926 ରେ ଦିନେ ଭାରତୀୟ ପ୍ରସିଦ୍ଧ ଓକିଲ ଏବଂ ଗବେଷକ କୈକେୟୀ ନନ୍ଦନ ସହାୟ ତାଙ୍କ ପୁଅର ଅତୀତର ସ୍ମୃତିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରି ଏକ ଆର୍ଟିକିଲ ଲେଖି ପବ୍ଲିସ କଲେ। ଆଉ ଏହିଭଳି ଘଟଣାକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ପ୍ରୋତ୍ସାହନ ଦେଲେ। ଯାହା ପରେ ତାଙ୍କୁ ବିସନର କାହାଣୀ ବିଷୟରେ ଜଣାପଡ଼ିଲା।

କିଛି ଦିନ ପରେ ସେ ବିସନ ସହ ଦେଖା କରିବା ପାଇଁ ତାଙ୍କ ଘରକୁ ଗଲେ। ସେ ବିସନକୁ ଅନେକ ଗୁଡ଼ିଏ ପ୍ରଶ୍ନ ପଚାରିବା ଆରମ୍ଭ କଲେ। ବିସନ ତାଙ୍କୁ କହିଲା କି ପୂର୍ବ ଜନ୍ମରେ ତା ନାଁ ଲକ୍ଷ୍ମୀ ନାରାୟଣ ଥିଲା। ଆଉ ସେ ପିଲିଭିତରେ ରହୁଥିଲା। ନିଜ ପୂର୍ବ ଜନ୍ମ ସହିତ ଜଡ଼ିତ ଅନେକ ସ୍ଥାନ ଏବଂ ଲୋକଙ୍କୁ ଚିହ୍ନିଲା। ଏସବୁ ସଠିକ୍ ବୋଲି ପ୍ରମାଣିତ କରିବା ପାଇଁ ସହାୟ ବିସନ ସହିତ ପିଲିଭିତ ଗଲେ।

ସେଠିକି ଗଲା ପରେ ପୂର୍ବ ଜନ୍ମର ମା ଅର୍ଥାତ୍ ଲକ୍ଷ୍ମୀନାରାୟଣର ମାଙ୍କ ସହ ଦେଖା ହେଲା। ଲକ୍ଷ୍ମୀର ମା ବିସନକୁ ଏପରି ଅନେକ ପ୍ରଶ୍ନ ପଚାରିଲେ, ଯାହାର ଉତ୍ତର ଲକ୍ଷ୍ମୀ ନାରାୟଣ ବ୍ୟତୀତ ଆଉ କେହି ଜାଣି ନଥିଲେ। ବିସନ ମଧ୍ୟ ସେସବୁ ପ୍ରଶ୍ନର ସଠିକ ଉତ୍ତର ଦେଇଦେଲ। ସହାୟ ଏ ଦୁଇଜଣଙ୍କ ଭିତରେ ହେଉଥିବା କଥାବାର୍ତ୍ତା କୁ ନୋଟ କରି ଏକ ଡକ୍ୟୁମେଣ୍ଟ ପ୍ରସ୍ତୁତ କଲେ ଏବଂ ନିଜ ରିସର୍ଚକୁ ନିଜ ସହିତ ନେଇ ଘରକୁ ଫେରିଗଲେ। ତାଙ୍କ ଇନଭେସ୍ଟିଗେସନ ସେହି ଠାରେ ରହିଗଲା।

କିଛି ବର୍ଷ ପରେ ପୁନର୍ଜନ୍ମ ଗବେଷଣାର ଅଗ୍ରଣୀ ଇଆନ୍ ଷ୍ଟିଭେନସନ୍ ସହାୟଙ୍କ ପୁସ୍ତିକା ପାଇଲେ ଏବଂ ଏହି ବିଷୟକୁ ଆହୁରି ତଦନ୍ତ କରିବାକୁ ନିଷ୍ପତ୍ତି ନେଲେ। ସର୍ବପ୍ରଥମେ ସେ ଏହାକୁ ଜାଣିବାକୁ ଚେଷ୍ଠା କଲେ ଯେ, କଣ ବିସନ ପାଖରେ ଏମିତି କିଛି ମାଧ୍ୟମ ଥିଲା ଯେଉଁଥିରେ ସେ ଲକ୍ଷ୍ମୀନାରାୟଣ ପାଖରେ ପହଞ୍ଚିପରିବ। ଏବଂ ତା ଜୀବନ ବିଷୟରେ ଜାଣିପାରିବ। କିନ୍ତୁ ତାଙ୍କୁ ସେମିତି କିଛି ବି ମାଧ୍ୟମ ମିଳିଲା ନାହିଁ।

ଲକ୍ଷ୍ମୀ ନାରାୟଣ କିଏ ? ବିସନ କାହିଁକି ଏକ ଦେହଜୀବୀଙ୍କ ସହିତ ରହିବାକୁ କହୁଥିଲା; ପିଲିଭିତର ଜଣେ ଜମିଦାର ହର ନାରାୟଣଙ୍କ ଏକମାତ୍ର ପୁଅ ଥିଲା ଲକ୍ଷ୍ମୀ ନାରାୟଣ। ଟଙ୍କା ପଇସାର କୌଣସି ଅଭାବ ନଥିଲା। କିନ୍ତୁ ହର ନାରାୟଣଙ୍କ ମୃତ୍ୟୁ ପରେ ଲକ୍ଷ୍ମୀ ପଢ଼ିବା ଛାଡିଦେଲା। ଖାଲି ନିଜ ପିତାଙ୍କ ଟଙ୍କା ଉଡେଇବାରେ ଲାଗିଲା। ପ୍ରତିଦିନ ଭଲ ଖାଦ୍ୟ ଖାଇବା , ଦାମୀ ପୋଷାକ ପିନ୍ଧିବା , ସବୁଦିନ ମଦ ପିଇବା , ପ୍ରତିଦିନ ସୁନ୍ଦର ସୁନ୍ଦର ଝିଅଙ୍କ ସହ ଅୟାସି କରିବାରେ ଲାଗିଲା।

ଏଭଳି କରୁ କରୁ ନିଜ ଗାଁରେ ରହୁଥିବା ପଦ୍ମା ନାମକ ଜଣେ ଦେହଜୀବୀ ସହିତ ତାର ଘନିଷ୍ଠ ସଂପର୍କ ଗଢିଉଠିଲା। ପଦ୍ମା ପାଇଁ ସେ ଏତେ ପାଗଳ ଥିଲା ଯେ, ଦିନେ ସେ ତା ପାଇଁ ଜଣେ ଲୋକକୁ ହତ୍ୟା କରିଦେଲା।

ବାସ୍ତବରେ ଦିନେ ଲକ୍ଷ୍ମୀ ନାରାୟଣ ପଦ୍ମା ଘରୁ ଜଣେ ବ୍ୟକ୍ତିଙ୍କୁ ବାହାରୁ ଥିବାର ଦେଖିଲା। ତାଙ୍କୁ ଦେଖିବା ପରେ ତାର ରାଗ ଏତେ ମାତ୍ରାରେ ବଢ଼ିଗଲା କି ସେ ସେହି ଠାରେ କିଛି ଶୁଣିବା ପୂର୍ବରୁ ତାଙ୍କୁ ଗୁଳି କରି ମାରିଦେଲା। ହତ୍ୟା ପରେ ପୋଲିସ କବଳରୁ ବଞ୍ଚିବା ପାଇଁ ସେ ଅନେକ ଦିନ ଲୁଚିକି ରହିଲା। ଆଉ ତାପରେ ପୋଲିସକୁ ଲାଞ୍ଚ ଦେଇ ଲକ୍ଷ୍ମୀ ନାରାୟଣ ସେହି କେଶରୁ ବାହାରିଗଲା।

ଏହି ଘଟଣା ପରେ ସେ ପିଲିଭିତ ଛାଡ଼ି ସାହାଜହାଁପୁର ପଳେଇଲା। ସେଠାକୁ ଯିବାର କିଛି ଦିନ ପରେ ତା ଦେହ ଖରାପ ହେବାକୁ ଲାଗିଲା। 5ମାସ ପର୍ଯ୍ୟନ୍ତ ତାର ଜ୍ୱର ଲାଗି ରହିଲା, ଜମା ଛାଡ଼ିଲା ନାହିଁ। ଶେଷରେ 15 ଡିସେମ୍ବର 1918 ରେ ମାତ୍ର 32 ବର୍ଷ ବୟସରେ ତାର ମୃତ୍ୟୁ ହେଇଗଲା।

ବିସନ ଆଉ କେହି ନଥିଲା ବରଂ ଲକ୍ଷ୍ମୀ ନାରାୟଣର ପୁନର୍ଜନ୍ମ ହୋଇଥିଲା। ଲକ୍ଷ୍ମୀର ମୃତ୍ୟୁ 15 ଡିସେମ୍ବର1918 ରେ ହୋଇଥିଲା। ଆଉ ବିସନ ତାର 3ବର୍ଷ ପରେ, ଅର୍ଥାତ୍ 7 ଫେବୃଆରୀ 1921 ରେ ଜନ୍ମ ହୋଇଥିଲା। ଲକ୍ଷ୍ମୀ ନାରାୟଣ ଜୀବନର ପ୍ରଭାବ ବିସନ ଉପରେ ପଡୁଥିଲା। ସେଥିପାଇଁ ସେ ପଦ୍ମା ସହ ରହିବାକୁ ଜିଦ୍ କରୁଥିଲା।

ପଦ୍ମା ବିସନ ପାଖରେ କେମିତି ପହଞ୍ଚିଲା?
ବାସ୍ତବରେ ବିସନ ଯେତେବେଳେ ଛୋଟ ଥିଲା ପଦ୍ମା ଅନେକ ଥର ତା ସହିତ ଦେଖା ହେବାକୁ ଆସିଥିଲା। ଆଉ ବିସନ ଗୋଟେ ମୁହୂର୍ତ୍ତରେ ତାକୁ ଚିଂହିଦେଇ ତା କୋଳରେ ଯାଇ ବସିପଡୁଥିଲା। ଘଣ୍ଟା ଘଣ୍ଟା ଧରି ତା ସହ କଥା ହେଉଥିଲା। କିନ୍ତୁ ଏସବୁକୁ ନେଇ ପଦ୍ମାର କୌଣସି ବି ଧାରଣା ନଥିଲା। ଏମିତିକି ପଦ୍ମା ପାଇଁ କରିଥିବା ମର୍ଡର ବିଷୟରେ ମଧ୍ୟ ତାର ମନେ ଥିଲା। ଆଉ ସେ ଗର୍ବର ସହ ସମସ୍ତଙ୍କୁ କହୁଥିଲା କେମିତି ସେ ତା ପ୍ରେମ ପାଇଁ ଜଣଙ୍କୁ ମାରିଦେଇଥଲା।

ଷ୍ଟିବେନସନଙ୍କ ଅନୁସାରେ, ବିସନ ଚାନ୍ଦର 46 ଟି ଷ୍ଟେଟମେଣ୍ଟ ରେକର୍ଡ କରାଗଲା। ସେଥିରୁ 22 ଟି ଷ୍ଟେଟମେଣ୍ଟ ର କନେକ୍ସନ୍ ଲକ୍ଷ୍ମୀ ନାରାୟଣ ଜୀବନ ସହିତ ଜଡ଼ିତ ଥିବା ସେ ପ୍ରମାଣ କରିଦେଲା।

ଏଥିରେ ସବୁଠାରୁ ଖାସ୍ କଥା ଥିଲା, ଲକ୍ଷ୍ମୀ ନାରାୟଣ ଘରେ ଲୁଚାଇକି ରଖାଯାଇଥିବା ଧନ ସଂପତ୍ତି। ଲକ୍ଷ୍ମୀ ନାରାୟଣଙ୍କ ପିତା ହର ନାରାୟଣ ତାଙ୍କ ମୃତ୍ୟୁ ପୂର୍ବରୁ ନିଜ ଘରର କୌଣସି ଏକ ରୁମରେ କିଛି ସୁନା ମୁଦ୍ରା ଲୁଚାଇ ରଖିଥିଲେ। ଯାହା ବିଷୟରେ କେବଳ ଲକ୍ଷ୍ମୀ ନାରାୟଣ ହିଁ ଜାଣିଥିଲେ। ଷ୍ଟିବେନସନଙ୍କ ରିସର୍ଚ୍ଚ ଅନୁସାରେ ସେହି ସୁନା ମୁଦ୍ରା କେଉଁ ରୁମରେ ଏବଂ କେଉଁ ସ୍ଥାନରେ ରହିଛି କହିଦେଲା। ତା ପରେ ଲକ୍ଷ୍ମୀର ପରିବାର ସଦସ୍ୟ ଏବଂ ତଦନ୍ତକାରୀମାନେ ଘରର ସେହି ସ୍ଥାନକୁ ଖୋଳିଲେ ଏବଂ ବାସ୍ତବରେ ସେହି ସ୍ଥାନରୁ ସୁନା ମୁଦ୍ରା ମିଳିଲା।

ଏହି ଘଟଣା ପୁରା ଗାଁରେ ବ୍ୟାପିଗଲା। ସମସ୍ତେ ବିଶ୍ୱାସ କଲେ ବିସନ ଯାହା ସବୁ କହୁଛି ସେସବୁ ସତ। ଯଦିଓ ବିସନ ତାର ପୂର୍ବ ଜନ୍ମର ସ୍ମୃତିକୁ ଧୀରେ ଧୀରେ ଭୁଲୁଥିଲା ତଥାପି ତାର ପ୍ରଭାବ ପ୍ରଭାବ ବିସନ ଉପରେ ପଡୁଥିଲା। ସେଥିପାଇଁ ସେ ବହୁତ୍ ବିଚଳିତ ହୋଇପଡୁଥିଲା। ଖାସ୍ କରି ସେ ମର୍ଡର କଥାକୁ ନେଇ। ବୟସ ବଢିବା ସହିତ ବିସନ ଏହି ସବୁ କଥା ବୁଝିଲା। ଏବଂ ନିଜ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କଲା।