ହ୍ୱାଟସଆପ୍‌ରେ ଗୋଟିଏ କ୍ଲିକ୍‌ରେ ସାମ୍ନାକୁ ଆସିବ ଆପଣଙ୍କ ପସନ୍ଦର ଚ୍ୟାନେଲ, ଖୁବ୍ ଶୀଘ୍ର ଆସୁଛି ଏହି ନୂଆ ଫିଚର

ନୂଆଦିଲ୍ଲୀ: ହ୍ୱାଟସଆପ୍ ଏକ ଇନଷ୍ଟାଣ୍ଟ ମେସେଜିଂ ଆପ୍ । ସାରା ବିଶ୍ୱରେ କୋଟି କୋଟି ଲୋକ ଏହାର ବ୍ୟବହାର କରୁଛନ୍ତି । ନିଜ ବନ୍ଧୁ ଓ ସଂପର୍କୀୟଙ୍କ ସହ ଚାଟିଂ କରିବା ଲାଗି, ଅଡିଓ ଭିଡିିଓ କଲ୍ କରିବା, ଅଡିଓ ଭିଡିିଓ ଫାଇଲ୍ ସେୟାର କରିବା ଲାଗି ଲୋକମାନେ ଏହାର ବ୍ୟବହାର କରିଥାନ୍ତି । କମ୍ପାନୀ ବି ଏହାର ୟୁଜର୍ସଙ୍କ ଲାଗି ସମୟ ସମୟରେ ନୂଆ ନୂଆ ଫିଚର ଆଣିଥାଏ ଯାହା ସେମାନଙ୍କ ବହୁତ କାମରେ ଆସିଥାଏ । ଏବେ ଖବର ଆସିଛି କି ହ୍ୱାଟସଆପ୍ ଏବେ ପୁଣି ଏକ ନୂଆ ଫିଚର ଆଣୁଛି । ଏହି ନୂଆ ଫିଚର ବଳରେ ୟୁଜର୍ସ ସହଜରେ ନୂଆ ଚ୍ୟାନେଲ ଖୋଜିପାରିବେ ।

ଏକ ରିପୋର୍ଟ ଅନୁଯାୟୀ ଆଣ୍ଡ୍ରଏଡ୍ ବିଟା ୟୁଜର୍ସଙ୍କ ଲାଗି ହ୍ୱାଟସଆପ୍‌ରେ ଖୁବ୍ ଶୀଘ୍ର ନୂଆ ଚ୍ୟାନେଲ ଖୋଜିବାର ଫିଚର ଆସୁଛି । ଏହି ଫିଚର ଏବେ ଟେଷ୍ଟିଂ ଫେଜ୍‌ରେ ରହିଛି ଓ ଏହାକୁ ଆପଣ ହ୍ୱାଟସଆପ୍‌ର ଅପଡେଟ୍ ଭର୍ସନ ୨.୨୪.୯.୩୪ରେ ଦେଖିପାରିବେ । ରିପୋର୍ଟ ଅନୁଯାୟୀ କିଛି ବିଟା ୟୁଜର୍ସଙ୍କ ହ୍ୱାଟସଆପ୍‌ର ଅପଡେଟ୍ ଟ୍ୟାବରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପୂର୍ବରୁ ଯେଉଁଠି ଆପଣ ଚ୍ୟାନେଲ୍ ବନାଉଥିଲେ ଏବେ ସେଠାରେ ନୂଆ ସର୍ଟକଟ୍ ଆସିଛି ଫଳରେ ଆପଣ ସହଜରେ ନୂଆ ଚ୍ୟାନେଲ ଖୋଜିପାରିବେ । ଏବେ ଚ୍ୟାନେଲ ତିଆରି କରିବାର ଅପ୍ସନ ଉପର ଆପ୍ ବାର୍ ମେନ୍ୟୁକୁ ଚାଲିଯାଇଛି । ଏହି ପରିବର୍ତ୍ତନ ଏଥିପାଇଁ କରାଯାଇଛି କି ୟୁଜର୍ସଙ୍କୁ ନୂଆ ଚ୍ୟାନେଲ ଖୋଜିବା ସହଜ ହୋଇଯିବ ଓ ଚ୍ୟାନେଲ ତିଆରି କରିବାର ତରିକା ବି ସ୍ପଷ୍ଟ ହୋଇଯିବ । ପୂର୍ବ ତରିକାରେ ବହୁତ କମ୍ ଲୋକ ନୂଆ ଚ୍ୟାନେଲ ଖୋଜି ପାଉଥିଲେ ।