fbpx

(Video) ନବଜାତର ଏତେ ଶକ୍ତି! ଜନ୍ମ ହେଉ ହେଉ ଗୋଟିଏ ଟ୍ରେ ଉଠାଇ ଦେଲା

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ଅଜବ ପ୍ରକାରର ଭାଇରାଲ ଭିଡିଓ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଗୋଟିଏ ନବଜାତ ଶିଶୁ ଏକ ଷ୍ଟେନଲେସ ଷ୍ଟିଲ ଟ୍ରେକୁ ଦୁଇ ହାତରେ ଉଠାଇ ନେଉଛି । ଟ୍ରେରେ ନବଜାତ ଶୋଇଥିବା ବେଳେ ଜଣେ ନର୍ସ ଉକ୍ତ ନବଜାତର ଗୋଡ଼କୁ ଧରି ଉପରକୁ ଉଠାଇଥିଲେ ।

ତେବେ ଏହି ସମୟରେ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ନର୍ସ ଜଣଙ୍କ ଡାକ୍ତରୀ ପଦ୍ଧତି ଅନୁସାରେ ନବଜାତର ଦୁଇ ଗୋଡ଼କୁ ହାତରେ ଧରି ଉପରକୁ ଟେକିଥିବା ବେଳେ ନବଜାତ ଦୁଇ ହାତରେ ଟ୍ରେକୁ ଧରିଥିଲା । ଏହି ଦୃଶ୍ୟ ଦେଖିବା ପରେ ଉକ୍ତ ସ୍ଥାନରେ ଆଉ କିଛି ମହିଳା ପହଞ୍ଚିଥିଲେ । ଜଣେ ବ୍ୟକ୍ତି ଟ୍ୱିଟରରେ ଏହି ଏକ ଭିଡିଓ ଶେୟାର କରିଥିବା ବେଳେ ୟୁଜର୍ସ ଏନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବା ଦେଖାଯାଉଛି । ସାଧାରଣ ଭାବେ ଗୋଟିଏ ନବଜାତ ଜନ୍ମ ପରେ ନିରବ ନିଶ୍ଚଳ ଭାବେ ମା’ ପାଖରେ ରହିଥାଏ । ମାତ୍ର ଏହି ନବଜାତକୁ ଦେଖିବା ପରେ ସୋସିଆଲ ମିଡ଼ିଆରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଭାରତର ‘ଚନ୍ଦ୍ରଯାନ’-୩ ଚନ୍ଦ୍ରରେ ପହଞ୍ଚିବା ପରେ ଭାରତରେ ବାସ୍ତବ ବାହୁବଳୀ ଜନ୍ମ ନେଇଥିବା ଉକ୍ତ ଭିଡିଓର କ୍ୟାପସନରେ ଲେଖାଯାଇଛି । ତେବେ ନବଜାତ ସହିତ ଏପରି ବ୍ୟବହାରକୁ ନେଇ କିଛି ୟୁଜର୍ସ ଉକ୍ତ ମହିଳାଙ୍କୁ ନିନ୍ଦା କରିଛନ୍ତି । ସେହିପରି ‘ଏହା ଅମାନବୀୟ’ ବୋଲି ଆଉ ଜଣେ ୟୁଜର ଲେଖିଛନ୍ତି । ତେବେ ‘ସତରେ କଣ ନବଜାତ ଉକ୍ତ ଟ୍ରେକୁ ହାତରେ ଉଠାଇ ଦେଇଥିଲା’ ବୋଲି ଆଉ ଜଣେ ୟୁଜର ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.