fbpx

ଲତା ମଙ୍ଗେସକରଙ୍କ ନାମରେ ଜାରି ହେବ ଡାକ ଟିକେଟ: ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା

Advertisement

ନୂଆଦିଲ୍ଳୀ:  ସୁର ସମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ସମ୍ମାନାର୍ଥେ ଏକ ଡାକଟିକଟ ଜାରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ରେଳ, ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ବୈଷ୍ଣବ କହିଛନ୍ତି ଯେ ଡାକ ଟିକଟ ଜାରି ଦ୍ବାରା ଭାରତର କୋକିଳ ଲତାଙ୍କ ପ୍ରତି ଉପଯୁକ୍ତ ସମ୍ମାନ ହେବ। ଲତାଙ୍କ ଉଦ୍ଦେଶ୍ୟରେ ଯେଉଁ ଡାକ ଟିକଟ ଜାରି କରାଯିବ ତାହା ଏକ ସ୍ମାରକୀ ଡାକ ଟିକଟ ହେବ। ପ୍ରମୁଖ ବ୍ୟକ୍ତି ବିଶେଷ, ଗୁରୁତ୍ବପୂର୍ଣ୍ଣ ଘଟଣା କ୍ଷେତ୍ରରେ ସ୍ମାରକୀ ଡାକ ଟିକଟ ଜାରି କରାଯାଇଥାଏ।

କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କର ରବିବାର ୯୨ବର୍ଷରେ ପରଲୋକ ହୋଇଛି। ମୁମ୍ବାଇର ବ୍ରିଚ୍ କ୍ୟା୍ଡି ହସ୍ପିଟାଲରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହୋଇଆସୁଥିଲେ ।

Get real time updates directly on you device, subscribe now.