fbpx

ସିରିଜ୍ ଟ୍ରେନ୍ ଦୁର୍ଘଟଣା ; ଟ୍ରାକ୍ ଛିଡା ହୋଇଥିବା ଗୋଟିଏ ଟ୍ରେନ୍ କୁ ଧକ୍କା ଦେଲା ଅନ୍ୟ ୨ ଟ୍ରେନ୍‌, ଲୋକୋ ପାଇଲଟଙ୍କ ମୃତ୍ୟୁ

ନୂଆଦିଲ୍ଳୀ : ଏକ ସିରିଜ୍ ଟ୍ରେନ୍ ଦୁର୍ଘଟଣା ଖବର ଆସିଛି । ଗୋଟିଏ ଟ୍ରକ୍ ରେ ତିନୋଟି ଟ୍ରେନ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଘଟଣାସ୍ଥଳରେ ଏବେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ହୃଦୟ ବିଦାରକ ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ରେଳ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ।

ତେବେ ଏସବୁ ମଧ୍ୟରେ, ବଡ ପ୍ରଶ୍ନ ହେଉଛି ଯେତେବେଳେ ଏକ ଟ୍ରେନ୍ ପୂର୍ବରୁ ଗୋଟିଏ ଟ୍ରାକରେ ଠିଆ ହୋଇଥିଲା, ସେହି ସମାନ ଲାଇନରେ ଆସିବା ପାଇଁ ଅନ୍ୟ ଟ୍ରେନକୁ କିପରି ସଙ୍କେତ ଦିଆଗଲା? ଏହାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, ତିନୋଟି ମାଲବାହୀ ଟ୍ରେନ୍ ର ସିରିଜ୍ ଦୁର୍ଘଟଣା ସକାଳ ୬:୨୫ ରେ ଘଟିଥିଲା। ଶାହଦୋଲ ନିକଟରେ ଥିବା ସିଂହପୁର ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ଛିଡା ହୋଇଥିଲା । ସକାଳେ ଅନ୍ୟ ଏକ ମାଲବାହୀ ଟ୍ରେନ୍ ଆସି ତା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ସମୟରେ ସିଂହପୁର ଷ୍ଟେସନ ଦେଇ ଅନ୍ୟ ଏକ ମାଲବାହୀ ଟ୍ରେନ୍ ଯାଉଥିଲା ଯାହା ଫଳରେ ସେହି ଟ୍ରେନ୍ ମଧ୍ୟ ଏହି ଦୁର୍ଘଟଣାର ଏକ ଅଂଶ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରେନ୍ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଟ୍ରେନର ବଗି ଗୁଡିକ ପରସ୍ପର ଉପରେ ଚଢିଯାଇଥିଲା । ଦୁର୍ଘଟଣା ଯୋଗୁଁ ଏହି ବିଭାଗରେ ଟ୍ରେନର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ରେଳ କର୍ମଚାରୀ ଆହତ ହୋଇଛନ୍ତି।

Get real time updates directly on you device, subscribe now.