fbpx

ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ଏକ ନିର୍ଣ୍ଣାୟକ ପ୍ରମାଣ: କଲିକତା ହାଇକୋର୍ଟ

Advertisement

ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ଏକ ନିର୍ଣ୍ଣାୟକ ପ୍ରମାଣ ଯାହା ଅଭିଯୁକ୍ତଙ୍କୁ ଦଣ୍ଡ ଦେବାପାଇଁ ସ୍ୱୀକାର କରାଯାଇପାରେ । ତେଣୁ ଯଦି କେହି ପୂର୍ଣ୍ଣ ସଚେତନ ଅବସ୍ଥାରେ ମୃତ୍ୟୁ ପୂର୍ବରୁ ବୟାନ ଦେଇଛନ୍ତି ତେବେ ତାହାକୁ ନିର୍ଣ୍ଣାୟକ ପ୍ରମାଣ କୁହାଯିବ । କଲିକତା ହାଇକୋର୍ଟ ବିଚାରପତି ଦେବାଙ୍ଗସୁ ବସାକ ଏବଂ ବିଚାରପତି ବିଭାସ ରଞ୍ଜନ ଦେଙ୍କ ଏକ ଖଣ୍ଡପୀଠ ପୁଣି ଥରେ ଏହି ଯୁକ୍ତିକୁ ଦୋହରାଇଛନ୍ତି । ଅଦାଲତ ବିସ୍ତାର ଭାବରେ କହିଛନ୍ତି ଯେ କେବଳ ମୃତ୍ୟୁ ପୂର୍ବରୁ ଦିଆଯାଇଥିବା ବୟାନ ଆଧାରରେ ଦୋଷସିଦ୍ଧି କରାଯାଇପାରେ ।

ଲାଇଭ ଲ ଏକ ଖବର ଅନୂଯାୟୀ ହାଇକୋର୍ଟଙ୍କ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ ଯାଞ୍ଚ ରିପୋର୍ଟରେ ଥିବା ଅଭାବ କାରଣରୁ ଅନ୍ୟ ପ୍ରମାଣକୁ ମଧ୍ୟ ଖାରଜ କରାଯିବନାହିଁ । କାହାକୁ କେବଳ ଏକ ଭୁଲ୍ ଆଧାରରେ ମୁକ୍ତ କରାଯାଇପାରିବ ନାହିଁ  । ଯେତେବେଳେକି ପ୍ରମାଣର ପୂରା ରେକର୍ଡ ଅଭିଯୁକ୍ତଙ୍କ ବିରୋଧରେ ରହିଛି ।

ତଳ କୋର୍ଟ ମାମଲାରେ ଆବେଦନ କରିଥିବା ପକ୍ଷଙ୍କ ନିକଟରେ କୌଣସି ତ୍ରୁଟି ପାଇନଥିଲେ ଏବଂ ଅଭିଯୁକ୍ତଙ୍କୁ ଆଇପିସି ଧାରା ୪୯୮-ଏ ଏବଂ ୩୦୨ ଅନୂଯାୟୀ ଦଣ୍ଡନୀୟ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲା । ଯାହା ମୃତକଙ୍କ ଦ୍ୱାରା ଦିଆଯାଇଥିବା ବୟାନ, ସାକ୍ଷୀ ଏବଂ ଯାଞ୍ଚ ସମୟରେ ହାସଲ ହୋଇଥିଲା । ଏହାକୁ ନେଇ ଅଭିଯୁକ୍ତ ହାଇକୋର୍ଟରେ ନିଜକୁ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ହାଇକୋର୍ଟ ତଳ କୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିନଥିଲେ । ଯେଉଁଥିରେ ଅଭିଯୁକ୍ତଙ୍କୁ ତାଙ୍କ ପତ୍ନୀଙ୍କୁ ହତ୍ୟା ମମାଲରେ ଦୋଷୀ ସାବ୍ୟସ୍ତ କରିଥିଲେ ।

ସୂଚନା ଅନୂଯାୟୀ, ଦାୟର ହୋଇଥିବା ଏକ ମାମଲାରେ କୁହାଯାଇଥିଲା ଯେ ଅଭିଯୁକ୍ତ ନିଜ ପତ୍ନୀଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇଦେଇଥିଲେ । ମୃତ ମହିଳା ଏବଂ ଅଭିଯୁକ୍ତଙ୍କ ବିବାହ ୨୦୦୩ ରେ ହୋଇଥିଲା । ଅଭିଯୁକ୍ତ ନିଜ ପତ୍ନୀଙ୍କ ଉପରେ ସନ୍ଦେହ କରୁଥିଲା ଏବଂ ଏହି କାରଣରୁ ତାଙ୍କ ସହ ଲଗାତାର ମାରପିଟ୍ ମଧ୍ୟ କରୁଥିଲା । ଏହି ମାମଲାରେ ତଳ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିଲା ଅଭିଯୁକ୍ତ ।

Get real time updates directly on you device, subscribe now.