fbpx

ଅଜବ ବିକଳ୍ପ ବ୍ୟବସ୍ଥା, ଟ୍ରେନରେ ସିଟ ନ ମିଳିବାରୁ ଯୁବକ ଆପଣାଇଲେ ଏହି ଉପାୟ

ଓଡିଶା ଭାସ୍କର : ଭାରତରେ ଦେଖିବାକୁ ଗଲେ ଅନେକ ଲୋକ ଯାତ୍ରା ପାଇଁ ବସ, ଟ୍ରେନ, ଅଟୋକୁ ବ୍ୟବହାର କରନ୍ତି । ଅନେକ ସମୟରେ ଦେଖିବାକୁ ମିଳିଥାଏ ଅନେକ ଲୋକ ହଠାତ ଯାତ୍ରା କରନ୍ତି । ଯାହା ଫଳରେ ସେମାନଙ୍କୁ ଟିକେଟ ମଧ୍ୟ ମିଳେ ନାହିଁ । ଏହା ପରେ ସେହି ଲୋକଙ୍କୁ ଛିଡା ହୋଇ ଯିବାକୁ ପଡେ । କିନ୍ତୁ ଯେଉଁ ଲୋକମାନଙ୍କ ପାଖରେ ବୁଦ୍ଧି ଥାଏ ସେମାନେ ଠିଆ ନ ହେବା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରନ୍ତି । ଆପଣ ଏହି ଫଟୋରେ ଥିବା ଯୁବକଙ୍କୁ ଦେଖନ୍ତୁ । ଏଠାରେ ଯୁବକ ଜଣଙ୍କୁ ଟିକେଟ ମିଳି ନାହିଁ କିନ୍ତୁ ସେ ଟ୍ରେନରେ ଆରାମରେ ଶୋଇ ଯାତ୍ରା କରୁଛନ୍ତି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଥମେ ଏହି ଭିଡିଓରେ ଦେଖିବାକୁ ମିଳୁଛି ଟ୍ରେନର ଏକ ବଗିରେ ଅଧିକ ଭିଡ ରହିଛି । ରାତିର ସମୟ ହୋଇଥିବାରୁ ଯାହାକୁ ଯେଉଁଠାରେ ସୁବିଧା ମିଳୁଛି ସେଠାରେ ସେ ବସିପଡୁଛି । ଏହା ପରେ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକ ଦୁଇଟି ସିଟ ମଝିରେ ଚାଦର ବାନ୍ଧି ଆରାମରେ ଶୋଇଛନ୍ତି । ଯେଉଁଠାରେ ଲୋକମାନଙ୍କୁ ବସିବାକୁ ସ୍ଥାନ ମିଳୁନାହିଁ ସେଠାରେ ସେ ଆରାମରେ ଶୋଇଛନ୍ତି । ଏଥି ପାଇଁ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭାଇରାଲ ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର ହୋଇଛି । ଏହାକୁ ଏବେ ପର୍ଯ୍ୟନ୍ତ ୫୪ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି । ଏଥିରେ ଅନେକ ଲୋକ କମେଣ୍ଟ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.