ଅଦ୍ଭୁତ ପ୍ରେମ କାହାଣୀ, ଏହି ଗାଁରେ ନିଜ ନାଗ ପାଇଁ 500 ବର୍ଷ ହେବ ବଞ୍ଚିକି ରହିଛି ଇଚ୍ଛାଧାରୀ ନାଗିନ, ଶୁଣିଲେ ହୋଶ୍ ଉଡିଯିବ…
ଏହିକ୍ରମରେ ଏ ପ୍ରେମର ନାଁ କ'ଣ ଦିଆଯିବ ତାହା ଆପଣମାନେ ହିଁ କହିବେ ଏ ଆଲେଖ୍ଯ ପଢି ସାରିବା ପରେ ଯାହାର ଆରମ୍ଭ ଏମିତି...
ଓଡ଼ିଶା ଭାସ୍କର: ପ୍ରେମ ମାନେନି ଏରୁଣ୍ଡିବନ୍ଧ । ସାତ ସମୁଦ୍ର ପାର ହୋଇ ପ୍ରେମ ମୁକ୍ତ ଆକାଶର ବିହଙ୍ଗ ହୋଇ ଘୂରି ବୁଲିବାକୁ ଚେଷ୍ଟା କରେ । ପ୍ରେମିକାଟିଏ ଧୋକା ଦେଲେ ବିରହ ବେଦନାରେ ଭାଙ୍ଗି ପଡ଼ି ପ୍ରେମିକ ତାହାକୁ ଅପେକ୍ଷା କରେ । ମାତ୍ର ଏ ପ୍ରେମ ବେଶ୍ ଭିନ୍ନ ।
ଏହିକ୍ରମରେ ଏ ପ୍ରେମର ନାଁ କ’ଣ ଦିଆଯିବ ତାହା ଆପଣମାନେ ହିଁ କହିବେ ଏ ଆଲେଖ୍ଯ ପଢି ସାରିବା ପରେ ଯାହାର ଆରମ୍ଭ ଏମିତି…
ପ୍ରତ୍ଯେକ ଇଚ୍ଛାଧାରୀ ନାଗ ନାଗୁଣୀଙ୍କ ପାଖରେ ନାଗମଣି ରହିଥାଏ । କୁହାଯାଏ ଯେବେ ସ୍ଵାତି ନକ୍ଷତ୍ରରେ ପ୍ରଥମ ବର୍ଷା ହୋଇଥାଏ ଯଦି ବର୍ଷାର ପ୍ରଥମ ବୁନ୍ଦା କୋବ୍ରା ସାପର ମୁହଁରେ ପଡିଯାଏ ତେବେ ସାପ ମୁହଁରେ ନାଗମଣୀ ଉତ୍ପନ୍ନ କରିଥାଏ । ଯେବେ ସାପଟି ନାଗମଣି ପାଇଯାଏ ତା ଠାରେ ଅନେକ ଶକ୍ତି ଆସିଥାଏ । ନାଗମଣିର କିରଣ ବହୁତ ତୀବ୍ର ମଧ୍ଯ ।
ଏହାର ପ୍ରକାଶ ଅନେକ କିମି ଯାଏଁ ଦେଖାଯାଏ । କିନ୍ତୁ ନାଗମଣିକୁ ନାଗ ନାଗୁଣୀ ମାନେ ସମସ୍ତଙ୍କ ନଜରରୁ ଲୁଚାଇ ରଖିଥାନ୍ତି । ନାଗମଣିକୁ କେହି ହାସଲ କରିବାକୁ ଚାହିଁଲେ ନାଗୁଣୀ କ୍ରୋଧିତ ହୋଇଥାଏ । ଏମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଘଟଣାଟି ଘଟିଥିଲା ବିହାରର ଦିରଭଙ୍ଗାର ଏକ ଗାଁ ରେ ଯେଉଁ ଠାରେ ସନ୍ଦିପ ଓ ଧର୍ମେଶ ନାମକ ୨ ଜଣ ବ୍ୟକ୍ତି ଥିଲେ ।
ପଢ଼ନ୍ତୁ ଅଧିକ ଖବର…ଏସିଆ କପ ପୂର୍ବରୁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି, ଟିମ୍ ଇଣ୍ଡିଆକୁ ଗ୍ରାସିଛି ଗ୍ରହଣ…
ଦୁହିଙ୍କ ମଧ୍ୟରେ ବନ୍ଧୁତା ଥିଲା । ଦିନେ ଦୁଇ ବନ୍ଧୁ ଛେଳି ଚରାଇବା ବେଳେ ଗୋଟେ ଛେଳି ଘନ ଜଙ୍ଗଲଉ ଚାଲିଗଲା ଯେଉଁ ଠାରେ ନାଗ ନାଗୁଣୀ ନାଗମଣିର ସୁରକ୍ଷା କରୁଥିଲେ । ଆଉ ଛେଳିକୁ ଖୋଜିବା ପରେ ଧର୍ମେଶ ଜଙ୍ଗଲକୁ ଗଲା । ସେହି ସମୟରେ ନାଗମଣିର କିରଣ ଧର୍ମେଶ କୁ ଦେଖାଗଲା ଆଉ ତାହା ଦେଖିବାକୁ ସେ ନାଗ ଲୁଚିଥିବା ଜାଗାକୁ ଖୋଲିବାକୁ ଲାଗିଲା । ଆଉ ଶେଷରେ ନାଗର ମୃତ୍ୟୁ ହୋଇଗଲା ।
ଏହାପରେ ଧର୍ମେଶ ନାଗମଣୀକୁ ନେଇ ଗାଁ କୁ ଚାଲିଗଲା । ଆଉ ତାପରେ ନାଗୁଣୀ ଆସି ଦେଖିଲା କି ନାଗ ମରିଯାଇଛି ଆଉ ନାଗମଣି ନାହିଁ । ତାପରେ ନାଗୁଣୀ ନାଗ ଆଖିରେ ନିଜ ସ୍ବାମୀକୁ ହତ୍ୟା କରିଥିବା ମଣିଷକୁ ଦେଖିଲା । ସେପଟେ ଧର୍ମେଶ ବହୁତ ଖୁସି ଥିଲା । ଘରେ ପହଞ୍ଚି ଧର୍ମେଶ ନାଗମଣିକୁ ଧରି ଛେଳିକୁ ପାଇବାର ଇଚ୍ଛା ରଖିବା ପରେ ସଙ୍ଗେ ସଙ୍ଗେ ଛେଳି ତା ଘର ଆଗକୁ ଆସିଗଲା ଯାହାକୁ ଦେଖି ସେ ଖୁସି ହୋଇଗଲା ।
ଏହାପରେ ନାଗୁଣୀ ମଣିଷ ରୂପ ଧାରଣ କରି ଧର୍ମେଶ ସହ ଭେଟ ହେଲା ଆଉ ନିଜର ଦୁଖର କାହାଣୀ କହି ତାକୁ ନିଜର କରି ନେଲା । ଧର୍ମେଶ ନିଜ ଘରକୁ ନାଗୁଣୀକୁ ନେଇଗଲା ଆଉ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । କିନ୍ତୁ ଧର୍ମେଶ ଜାଣି ନ ଥିଲା କି ମଣିଷ ରୂପରେ ନାଗୁଣି ଅଛି ବୋଲି । ଦିନେ ଦୁହେଁ ଏକାନ୍ତରେ ବୁଲିବାକୁ ଯାଇଥିଲେ ଆଉ ସେହି ସମୟରେ ନାଗୁଣୀ ଧର୍ମେଶକୁ ତାର ଗଳାରେ ପକାଇଥିବା ନାଗମଣିକୁ ଦେବାକୁ କହିଲା ଯାହାକୁ ଦେବା ପାଇଁ ଧର୍ମେଶ ମନା କରିଦେଲା ।
ଯାହାପରେ ନାଗୁଣୀ କ୍ରୋଧିତ ହୋଇ ଅନେକ କଥା କହିଲା । ତାପରେ ଧର୍ମେଶ ନ ଚାହିଁ ମଧ୍ୟ ନାଗୁଣୀକୁ କିଛି ସମୟ ପାଇଁ ନାଗମଣି ଦେଲା । ଯାହାପରେ ନାଗୁଣୀ ନିଜର ଅସଲ ରୂପରେ ଆସି ଧର୍ମେଶକୁ ମାରିଲା ଆଉ ନିଜର ପ୍ରତିଶୋଧ ନେଲା । ତେବେ ଠାରୁ ନାଗୁଣୀ ସେହି ଗାଁରେ ୫୦୦ ବର୍ଷ ହେବ ନିଜ ନାଗ ପାଇଁ ବଞ୍ଚିକି ଅଛି । ଲୋକଙ୍କ କହିବା ଅନୁଯାୟୀ ନାଗୁଣୀ ମହାଦେବଙ୍କ ପୂଜା କରିବା ପରେ ଉଭାନ ହୋଇଯାଏ ।
Disclaimer: ଉପରୋକ୍ତ ଆଲେଖ୍ୟ ସାଧାରଣ ସୂଚନା ଆଧାରରେ ଲିଖିତ । ଓଡ଼ିଶା ଭାସ୍କର ଏହାର କୌଣସି ପ୍ରକାରର ପୁଷ୍ଟି କରେ ନାହିଁ। କୌଣସି ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେବା ଏହାର ଉଦ୍ଦେଶ୍ଯ ନୁହେଁ ।