fbpx

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍‌, ବିପର୍ଯ୍ୟୟ ପରିଚାଳନା ଲାଗି ସର୍ବାଧିକ ୪୬୯୮ କୋଟିର ବ୍ୟୟ ବରାଦ

ଭୁବନେଶ୍ୱର: ଆଜି ବିଧାନସଭାର ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ୍ ।  ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ବର୍ଷ ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଟ ୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ଲାଗି ସର୍ବାଧିକ ୪୬୯୮ କୋଟିର ବ୍ୟୟ ବରାଦ ହୋଇଛି ।

ବଜେଟରେ ପଞ୍ଚାୟତ ରାଜ ବିଭାଗ ଲାଗି ୪ହଜାର ୮୩ କୋଟି, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଲାଗି ୪,୦୬୬ କୋଟି, ଗଣଶିକ୍ଷା ବିଭାଗ ଲାଗି ୨୮୮୨ କୋଟି, ଜଳସଂପଦ ଲାଗି ୨୪୦୭ କୋଟି, ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମି ବିକାଶ ପାଇଁ ୧୩୨୭ କୋଟି, ଅନୁସୂଚୀତ ଜାତି ଓ ଜନଜାତି ବିକାଶ ପାଇଁ ୧୩୫୫ କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୮୯୭ କୋଟି, ମିଶନ ଶକ୍ତି ପାଇଁ ୭୮୩ କୋଟି ବ୍ୟୟବରାଦ କରାଯାଇଛି ।

ସେହିପରି ନବୀନ ଓଡିଶାକୁ ୧୩୦୨କୋଟି, ପରିବହନ ଯୋଜନା ଲକ୍ଷ୍ମୀ ଲାଗି ୫୫୬ କୋଟି, ସ୍ମାର୍ଟ ସିଟି ଯୋଜନା ପାଇଁ ୧୦୦ କୋଟି ବ୍ୟୟବରାଦ କରାଯାଇଛି । ବଜେଟ୍ ଉପସ୍ଥାପନ ପରେ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

Get real time updates directly on you device, subscribe now.