fbpx

ରାଜଧାନୀରେ ହୁତ୍ ହୁତ୍ ହୋଇ ଜଳୁଛି ଔଷଧ ଗୋଦାମ, ସାନିଟାଇଜର ଥିବାରୁ ନିଆଁର ପ୍ରଭାବ ଅଧିକ

ଭୁବନେଶ୍ୱର: ଆଜି ରାଜଧାନୀରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ମଞ୍ଚେଶ୍ୱର ସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଔଷଧ ପୋଡି ନଷ୍ଟ ହୋଇଯାଇଛି । ଗୋଦାମରେ କେବଳ କୋଭିଡ ସାମଗ୍ରୀ ରହିଥିଲା ।

ସୂଚନା ଅନୁଯାୟୀ, ରାଜଧାନୀର ମଞ୍ଚେଶ୍ୱର ସ୍ଥିତ ଏକ ଔଷଧ ଗୋଦାମରେ କୋଭିଡ ବେଳର ସାମଗ୍ରୀ ଥିଲା । କୌଣସି କାରଣରୁ ନିଆଁ ଲାଗିଯାଇ ହୁତ୍ ହୁତ୍ ହୋଇ ଜଳୁଛି ଔଷଧ ଗୋଦାମ । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏନେଇ ରାଜ୍ୟ ଔଷଧ ନିଗମର ଗୋଦାମ ସୂଚନା ଦେଇଛନ୍ତି । ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଗୋଦାମରେ ସାନିଟାଇଜର ଥିବାରୁ ନିଆଁର ପ୍ରଭାବ ଅଧିକ ରହିଛି । ମାସ୍କ ଏବଂ ସାନିଟାଇଜର ଜଳି ଧୂଆଁ ହୋଇଯାଇଛି । ଘଟଣାସ୍ଥଳରେ ଖବର ପାଇ ଅଗ୍ନିଶମ ବିଭାଗ ପହଁଚିଛି । କାନ୍ଥ ଭାଙ୍ଗି ନିଆଁକୁ ଅୟତ୍ତ କଲା ଅଗ୍ନିଶମ ଟିମ୍ । ଅଧିକାଂଶ ଅଞ୍ଚଳରେ ନିଆଁକୁ ଆୟତ୍ତ କରାଯାଇଛି । ନିଆଁ ଲିଭାଇବାକୁ ଲାଗିଛି ୫ରୁ ଅଧିକ ଅଗ୍ନିଶମ ଗାଡ଼ି ।

Get real time updates directly on you device, subscribe now.