କେନ୍ଦୁଝର: ବଡ ଧରଣର ଦୁର୍ଘଟଣା। ଟ୍ରକକୁ ଧକ୍କା ଦେଲା ବସ, ଯାହାଫଳରେ ଜଣଙ୍କର ମୃତ ହୋଇଥିବାବେଳେ 13 ଜଣ ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଯୋଡ଼ା ଥାନା ବିଲେଇପଦା ନିକଟରେ।
ବରଯାତ୍ରୀ ନେଇ ଯୋଡ଼ା ଅଭିମୁଖେ ଯାଉଥିବା ବସ୍ ଟି ଏକ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ଧକ୍କା ଫଳରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ଏବଂ ଜଣଙ୍କର ମୃତ୍ୟୁ ଘଟିଥିଲା।
ଆହତ ମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାସୁଦେବପୁର ମେଡିକାଲକୁ ପଠାଯାଇଥିଲା। ଆହତମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବାବେଳେ ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।