ମୋମୋ ଖାଇବା ପରେ ଫୁଡ୍ ପଏଜନିଂରେ ମହିଳାଙ୍କ ମୃତ୍ୟୁ: ପେଟ ଯନ୍ତ୍ରଣା, ବାନ୍ତି ପରେ ୨୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଆଜିକାଲି ବାହାରୁ ଖାଦ୍ୟ ଖାଇବା ଅନେକ ଲୋକଙ୍କର ନିତିଦିନିଆ ଅଭ୍ୟାସ ରହିଥାଏ । ତେବେ ଅନେକ ସମୟରେ ଫୁଡ୍ ପଏଜନିଂ କାରଣରୁ ବଡ଼ ଅଘଟଣ ଦେଖିବାକୁ ମିଳିଥାଏ । ଏହା ମଧ୍ୟରେ ମୋମୋ ଖାଇବା ପରେ ଫୁଡ୍ ପଏଜନିଂ କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟୁଛି । କେବଳ ସେତିକି ନୁହେଁ ମୋମୋ ଖାଇବା ପରେ ଅନେକ ଲୋକଙ୍କର ପେଟ ଯନ୍ତ୍ରଣା ସାଙ୍ଗକୁ ବାନ୍ତି ହୋଇଥିଲା । ଏହାପରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରି ୨୦ରୁ ଅଧିକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ଖବର ମୁତାବକ, ହାଇଦ୍ରାବାଦର ବଞ୍ଜାରା ହିଲ୍ସ ଅଞ୍ଚଳର ନନ୍ଦୀ ନଗରରେ ଫୁଡ୍ ପଏଜନିଂରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୋମୋ ଖାଇବା ପରେ ଉକ୍ତ ମହିଳାଙ୍କ ମୃତ୍ୟୁ ହେବା ସହିତ ୨୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପୀଡ଼ିତ ବ୍ୟକ୍ତିମାନେ ଏକ ସ୍ଥାନୀୟ ବିକ୍ରେତାଙ୍କ ଠାରୁ ମୋମୋ ଖାଇଥିବା ଜଣାପଡ଼ିଛି । ଲୋକଙ୍କ ଠାରେ ବାନ୍ତି, ପେଟ ଯନ୍ତ୍ରଣା ପରି ଲକ୍ଷଣ ଦେଖାଦେଉଥିବା ନେଇ ଅଭିଯୋଗ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ପୋଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ମୋମୋ ବିକ୍ରେତାଙ୍କ ଠାରୁ ନମୂନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଛି ।