fbpx

(Video) ଭାରି ପଡ଼ିଲା କର୍ମଚାରୀଙ୍କୁ ଗୁଡ୍ ଗାର୍ଲ କହି ନିକଟତର ହେବା: କୋର୍ଟରେ କେସ୍ କରିଦେଲେ ମହିଳା

ବାରମ୍ବାର ଅଫିସରେ ମହିଳା କର୍ମଚାରୀଙ୍କୁ ଗୁଡ୍ ଗାର୍ଲ କହିବା ଓ ଅନୁମତି ବିନା ଅତି ନିକଟତର ହେବା ଜଣେ ବସଙ୍କ ପାଇଁ ଭାରି ପଡ଼ିଛି । ମହିଳା ଜଣକ ବସଙ୍କ ବିରୋଧରେ କୋର୍ଟ କେସ କରିଛନ୍ତି । ଆଉ ବ୍ରିଟିସ କୋର୍ଟ ମହିଳାଙ୍କ ଏହି ମାମଲାକୁ ଗ୍ରହଣ କରି ସଂପୃକ୍ତ ବ୍ୟକ୍ତିଙ୍କ କାର୍ଯ୍ୟକୁ ଯୌନ ଉତ୍ପୀଡ଼ନ ବୋଲି କହିଛନ୍ତି ।

ବ୍ରିଟେନର ୩୯ ବର୍ଷୀୟା ଏହି ଅଭିଯୋଗକାରିଣୀଙ୍କ ନାମ ହେଉଛି ଫ୍ରାନ୍ସିସ ଫ୍ରିକର । ଯିଏ ଏକ ବିଜନେସ କନସଲଟାନ୍ସୀ ଫାର୍ମ ଗାର୍ଟନରରେ କାମ କରନ୍ତି । ୨୯୭ ଅରବ ମୂଲ୍ୟର ଏହି ଫାର୍ମ ହେଉଛି ଏକ ନାମୀଦାମୀ କମ୍ପାନୀ । ହେଲେ ଏବେ ମହିଳା କର୍ମଚାରୀଙ୍କ ଅଭିଯୋଗ ପରେ କମ୍ପାନୀକୁ ଲୋକେ ଏକ ଭିନ୍ନ ଦୃଷ୍ଟିରେ ଦେଖିବା ଆରମ୍ଭ କଲେଣି ।

ଫ୍ରିକର ଏହି କମ୍ପାନୀର ବସ ଗ୍ୟୁସେପ ଅଜରୋଲ୍ଡୀଙ୍କ ନାମରେ ମାମଲା ଦାୟର କରିଛନ୍ତି । ବାରମ୍ବାର ଗୁଡ ଗାର୍ଲ କହି ବେଶି କ୍ଲୋଜ ହେବାରୁ ସେ ବାଧ୍ୟ ହୋଇ ଅଭିଯୋଗ କରିଥିଲେ । ଏମିତିକି ତାଙ୍କ ଓଜନକୁ ନେଇ ବି ସଂପୃକ୍ତ ଅଫିସର ବସ୍ ପରିହାସ କରିଥିଲେ । ଖାଲି ଏତିକି ନୁହେଁ ଏକ ବିସନେସ ଟ୍ରିପରେ ଫ୍ରିକରଙ୍କୁ ଗ୍ୟୁସେପ କିସ୍ କରିବାକୁ ବି ଚେଷ୍ଟା କରିଥିଲେ । ମନା କରିବା ପରେ ବି ହସି ହସି ଅଭିଯୁକ୍ତ ବସ କଥାକୁ ଏଡ଼ାଇ ଯାଉଥିଲେ । କିଛି ଦିନ ପରେ ଗ୍ୟୁସେପ ଇସ୍ତଫା ଦେଇଥିଲେ ।

ହେଲେ ତାଙ୍କ ଜାଗାରେ ଯେଉଁ ନୂଆ ବସ ଆସିଲେ ସେ ବି ଫ୍ରିକରଙ୍କ ସହ ସେମିତି ବ୍ୟବହାର ଜାରି ରଖିଥିଲେ । ଯେଉଁଥିପାଇଁ ବାଧ୍ୟ ହୋଇ ଫ୍ରିକର ୨୦୧୯ରେ କମ୍ପାନୀ ଛାଡିଲେ ଏବଂ ଅତିଷ୍ଠ ହୋଇ କମ୍ପାନୀ ଓ ବସ ବିରୋଧରେ କୋର୍ଟରେ କେସ ଫାଇଲ କରିଥିଲେ । ଏବେ ଏହି ମାମଲାର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.