fbpx

ପଳାଶୁଣୀ ଛକ ବ୍ଲାକ ସ୍ପଟ ପରିଦର୍ଶନ କଲେ ଭୁବନେଶ୍ୱର ସାଂସଦ: ଅତ୍ୟାଧୁନିକ ଲିଫ୍ଟ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ନେଇ ଦେଲେ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଘଟଣାର ବ୍ଲାକ ସ୍ପଟ ରସୁଲଗଡ଼ ପଳାଶୁଣୀ ଛକ । ଏଠାରେ ଦୁର୍ଘଟଣାରେ ଅନେକ ମୁଣ୍ଡ ଗଡ଼ିଛି । ମଙ୍ଗଳବାର ଏହି ସ୍ଥାନକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏନଏଚଏଆଇର ଆଞ୍ଚଳିକ ଅଧିକାରୀ ପହଞ୍ଚି ଲିଫ୍ଟ ସୁବିଧା ଥିବା ଫୁଟ୍ ଓଭର ବ୍ରିଜ ନିର୍ମାଣ ସମ୍ପର୍କରେ ଆଲୋଚନା କରିଛନ୍ତି । ୨କୋଟି ବ୍ୟୟରେ ହେବାକୁ ଥିବା ଅତ୍ୟାଧୁନିକ ଲିଫ୍ଟ ଫୁଟ୍ ଓଭରବ୍ରିଜ୍ ଜୁଲାଇ ମାସରେ ନିର୍ମାଣ କାମ ଆରମ୍ଭ ହେବ ଏବଂ ଦଶହରାରେ ଉଦଘାଟନ ହେବ ବୋଲି କହିଛନ୍ତି ସାଂସଦ ଏବଂ ଏଠାରେ ଦୁଇଜଣକୁ ନିଯୁକ୍ତି ମଧ୍ୟ ଦିଆଯିବ ବୋଲି କହିଛନ୍ତି ଅପରାଜିତା ।

ଏଥି ସହ ସାଢ଼େ ୩ କୋଟି ବ୍ୟୟରେ ସତସଙ୍ଗ ବିହାର ଏବଂ ହୋଟେଲ କ୍ରାଉନ ନିକଟରେ ୨ଟି ଫୁଟ ଓଭର ବ୍ରିଜ ନିର୍ମାଣ ପାଇଁ ମଧ୍ୟ ଅନୁମତି ମିଳି ସାରିଛି । ଭୁବନେଶ୍ୱରର କ୍ୟାପିଟାଲ ରିଜନ ରିଙ୍ଗ ରୋଡ ପାଇଁ ମଧ୍ୟ ବ୍ୟୟ ଅଟକଳ ହୋଇ ସାରିଛି ଏବଂ ଏ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି ଙ୍କ ସହ ଆଲୋଚନା କରିଛନ୍ତି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

Get real time updates directly on you device, subscribe now.