fbpx

KGF ଷ୍ଟାର ୟଶଙ୍କ ପ୍ରତିମାରେ ବିଶ୍ୱ ରେକର୍ଡ: ଏହି ଜିନିଷର ବ୍ୟବହାରରେ ତିଆରି ହୋଇଛି ଅଭିନେତାଙ୍କ ପୋଟ୍ରେଟ

ନୂଆଦିଲ୍ଳୀ: ଦକ୍ଷିଣ ଭାରତରେ ଷ୍ଟାର ମାନଙ୍କୁ ନେଇ ପ୍ରଶଂସକଙ୍କ ଭଲ ପାଇବା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଭାସଙ୍କ ବାହୁବଳୀ, ରାମଚରଣ ଏବଂ ଏନଟିଆରଙ୍କ ଆରଆରଆର ହେଉ କି ୟଶଙ୍କ କେଜିଏଫ ସବୁ ଫିଲ୍ମକୁ ପ୍ରଚୁର ଭଲପାଇବା ସହିତ ଫ୍ୟାନ୍ସମାନେ ଆକ୍ଟର୍ସ ମାନଙ୍କୁ ଦେଇଛନ୍ତି ଅମାପ ସ୍ନେହ ଆଉ ଭଲପାଇବା । ସେହିପରି ଆଉ ଏକ ଘଟରା ଦେଖିବାକୁ ମିଳିଛି । ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଥିବା କେଜିଏଫ ଚାପ୍ଟର-୨ର ଷ୍ଟାର ୟଶଙ୍କର ଏକ ଚିତ୍ର ପ୍ରତିମା ସ୍ଥାପନ କରି ବିଶ୍ୱ ରେକର୍ଡ କରିଛନ୍ତି ପ୍ରଶଂସକ ।

KGFର ପ୍ରଥମ ଫିଲ୍ମ ରିଲଜ ହେବା ପରେ ଷ୍ଟାରରୁ ସୁପରଷ୍ଟାର ହୋଇଯାଇଥିଲେ ୟଶ । କେବଳ ସାଉଥ ନୁହେଁ, ସାରା ଦୁନିଆରେ ସେ ଏକ ନୂଆ ପରିଚୟ ପାଇଥିଲେ । ତେବେ KGFର ସଫଳତା ପରେ ଏବେ ଏହାର ଦ୍ୱିତୀୟ ପାର୍ଟ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି । ତେଣୁ ଫ୍ୟାନ୍ସମାନେ ଏହି ଫିଲ୍ମକୁ ଧମାକାଦାର ଷ୍ଟାଇଲରେ ସ୍ୱାଗତ କରୁଛନ୍ତି । ଏକ ଭିନ୍ନ ଅନ୍ଦାଜରେ ପ୍ରିୟ ଅଭିନେତା ୟଶଙ୍କୁ ସମ୍ମାନିତ କରିଛନ୍ତି ପ୍ରଶଂସକ । ହଜାର ହଜାର ବହିର ବ୍ୟବହାରରେ ୟଶଙ୍କର ଏକ ଚିତ୍ର ପ୍ରତିମା ତିଆରି କରିବା ସହିତ ବିଶ୍ୱ ରେକର୍ଡ କରିଛନ୍ତି ପ୍ରଶଂସକ । ଏହି ଚିତ୍ର ପାଇଁ ମୋଟ ୨୩,୪୦୦ ବହି ବ୍ୟବହାର କରି ପ୍ରଶଂସକମାନେ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଅଖିଳ କର୍ଣ୍ଣାଟକ ରକିଙ୍ଗ ଷ୍ଟାର ୟଶ ଫ୍ୟାନ୍ସ ଆସୋସିଏସନ ମାଲୁର, କୋଲାର ଏହି କାରନାମା କରି ଦେଖାଇଛନ୍ତି । ଟ୍ୱିଟରରେ ଏହି ଭିଡିଓ ଅପଲୋଡ କରିବା ସହ କ୍ୟାପ୍ସନରେ ଲେଖିଛନ୍ତି ବିଗ, ବିଗର ଆଣ୍ଡ ବିଗେଷ୍ଟ । ୧୨୦*୧୭୦ ଆକାରରେ ଏହି ପ୍ରତିମା କରିବା ପାଇଁ ଚିନ୍ତା କରିଥିଲେ ମଧ୍ୟ ଏହା ଶେଷରେ ୧୩୫*୧୯୦ ପର୍ଯ୍ୟନ୍ତ ବଢାଇବାକୁ ପଡିଛି । ଏଥିପାଇଁ ୨୫,୬୫୦ ଘ.ଫୁ ସ୍ଥାନ ନେଇଛି ଯାହା ଏକ ବିଶ୍ୱ ରେକର୍ଡ ହୋଇଛି ।

Get real time updates directly on you device, subscribe now.