fbpx

କୌଣସି ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇପାରିବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ: କୌଣସି ମହିଳାଙ୍କୁ ନିଜ ସ୍ୱାମୀଙ୍କ ସହିତ ରହିବାକୁ ଏବଂ ସମ୍ବନ୍ଧ ରଖିବାକୁ ବାଧ୍ୟ କରାଯାଇପାରିବ ନାହିଁ । ଏପରିକି କୋର୍ଟ ବି ଆଦେଶ ଦ୍ୱାରା ବାଧ୍ୟ କରାଯାଇପାରିବ ନାହିଁ । ମୁସଲିମ୍ ପରିବାର ସହିତ ସମ୍ବର୍ନ୍ଧିତ ଏକ ମାମଲାର ଶୁଣାଣି କରିବା ସମୟରେ ଗୁଜରାଟ ହାଇକୋର୍ଟ ଏପରି କହିଛନ୍ତି । ଏକ ସ୍ଥାନୀୟ ପାରିବାରିକ କୋର୍ଟର ନିଷ୍ପତ୍ତିକୁ ଭଙ୍ଗ କରି ହାଇକୋର୍ଟ ଏପରି କହିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ମୁସଲିମ୍ ଆଇନ ଅନୁସାରେ ବହୁବିବାହକୁ ଅନୁମତି ଦେଇଥାଏ କିନ୍ତୁ ପ୍ରୋତ୍ସାହିତ କରିନଥାଏ । ଏହି ଆଇନ ଆଧାରରେ କୌଣସି ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇପାରିବ ନାହିଁ ଓ ପ୍ରଥମ ସ୍ତ୍ରୀ ନିଜ ସ୍ୱାମୀଙ୍କ ସହିତ ରହିବାକୁ ପ୍ରତ୍ୟାଖ୍ୟାନ କରିପାରିବ ।

ଗୁଜରାଟର ବନାଶକାଣ୍ଠା ଜିଲ୍ଲାର ଏକ ପାରିବାରିକ ଅଦାଲତର ଜୁଲାଇ ୨୦୨୧ରେ ଦିଆଯାଇଥିବା ଆଦେଶକୁ ଚ୍ୟାଲେଞ୍ଜ କରିଥିବା ଜଣେ ମହିଳାଙ୍କ ଆବେଦନକୁ ସ୍ୱୀକାର କରି ଏହି ଟିପ୍ପଣୀ ଦେଇଛନ୍ତି ହାଇକୋର୍ଟ । ପାରିବାରିକ କୋର୍ଟ ଉକ୍ତ ମହିଳାଙ୍କୁ ନିଜ ଶ୍ୱଶୁର ଘରକୁ ଯିବାକୁ ଏବଂ ବୈବାହିକ ଜୀବନ ଅତିବାହିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲା ମୁତାବକ, ବନାଶକାଣ୍ଠା ଜିଲ୍ଲାର ଏହି ମହିଳା ଜଣକ ନର୍ସ ରୂପେ କାମ କରନ୍ତି । ହେଲେ ବିବାହ ଠିକ୍ ହେବା ପରେ ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ଅଷ୍ଟ୍ରେଲିୟା ଯିବାକୁ ବାଧ୍ୟ କରୁଥିଲେ । ତେଣୁ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଛାଡ଼ି ଦେଇଥିଲେ ଓ କଥା ଯାଇ ହାଇକୋର୍ଟରେ ପହଞ୍ଚିଥିଲା ।

Get real time updates directly on you device, subscribe now.