fbpx

ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ପୂରିଲା ବର୍ଷେ, କାଳରାତ୍ରିରେ ଯାଇଥିଲା ୨୮୮ ଜଣଙ୍କ ଜୀବନ

ଭୁବନେଶ୍ଵର: ଆଜି ବି ମନେ ପଡେ ସେଦିନର ସେ କାଳ ରାତ୍ରୀର ଘଟଣା । ମନେପଡିଗଲେ ଟାଙ୍କୁରି ଉଠେ ଲୋମ । ସେଦିନ ଥିଲା ଶୁକ୍ରବାର ଜୁନ ୨ ତାରିଖ । ନିଜ ନିଜର କାର୍ଯ୍ୟ ସାରି ଯିଏ ଯାହାର ଗନ୍ତବ୍ୟ ସ୍ଥଳକୁ ବାହାରିଥିଲେ । ଟ୍ରେନରେ ବସି ଖୁସିରେ କିଏ ଘରକୁ ଫେରୁଥାଏ ତ କିଏ ନିଜ କାର୍ଯ୍ୟସ୍ଥଳୀକୁ । କିନ୍ତୁ ଭାଗ୍ୟରେ ଥିଲା ବୋଧେ ଆଉ କିଛି ।

ହଜାର ହଜାର ଲୋକଙ୍କର ଦୁର୍ଭାଗ୍ୟର କାରଣ ପାଲଟିଗଲା କରମଣ୍ଡଳ ଟ୍ରେନ । ବାଲେଶ୍ଵର ଜିଲ୍ଲାର ବାହାନଗାରେ ଘଟିଲା ଭୟଙ୍କର ଦୁର୍ଘଟଣା । ଅକାଳରେ ଚାଲିଗଲା ୨୯୬ ଜଣଙ୍କର ଜୀବନ । ମା’ ତା’ର ପୁଅକୁ ହରାଇ ବୁକୁ ଫଟେଇ କାନ୍ଦୁଥିବା ବେଳେ ବାପ ଛେଉଣ୍ଡ ହେଇଯାଇଥିଲେ ଅନେକ ଶିଶୁ । ସେପଟେ ସ୍ଵାମୀକୁ ହରାଇ ସ୍ତବ୍ଧ ହୋଇଯାଇଥିଲା ପତ୍ନୀ । ସବୁ କିଛି ସତେ ଯେମିତି ଓଲଟ ପାଲଟ ହୋଇଯାଇଥିଲା । ଆଉ ଆଜି ସେହି କାଳରାତ୍ରୀର ଘଟଣାକୁ ପୁରିଛି ଏକ ବର୍ଷ । ଏହି ଦୁର୍ଘଟଣାକୁ ଭାରତର ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣାଗୁଡ଼ିକ ଭିତରୁ ଏକ ବୋଲି ବିବେଚନା କରାଯାଏ ।

୨୦୨୩ ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ବାହାନଗା ବଜାର ନିକଟରେ ହାଓଡ଼ା-ଚେନ୍ନାଇ ମୁଖ୍ୟ ଲାଇନରେ ଦୁଇଟି ଯାତ୍ରୀବାହୀ ରେଳଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ । ଘଟଣାସ୍ଥଳରେ ପ୍ରାୟ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିଲେ । ପରେ ଡାକ୍ତରଖାନାରେ ମୃତ୍ୟୁ ସଂଖ୍ୟା ବଢି ୨୯୬ରେ ପହଞ୍ଚିଥିଲା । ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିଲା ଯେ ପ୍ରଥମ ଗୋଟେ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ସେହି ଟ୍ରେନର କିଛି ବଗି ଓଲଟି ବିପରୀତ ରେଳଧାରଣାରେ ପଡ଼ିଥିଲା । ସେଠାରେ ସେ ବଗିସବୁ ଦ୍ୱିତୀୟ ଟ୍ରେନ ସହ ଧକ୍କା ଖାଇଥିଲେ । ଏହି ଦୁର୍ଘଟଣାରେ ଏକ ମାଲବାହୀ ଟ୍ରେନ୍ ମଧ୍ୟ ସମ୍ପୃକ୍ତ ଥିଲା ।

ଉକ୍ତ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନେ ହେଉଛନ୍ତି ସିନିୟର ସେକ୍ସନ ଇଞ୍ଜିନିୟରିଂ ଅରୁଣ ମହାନ୍ତି, ସେକ୍ସନ ଇଞ୍ଜିନିୟରିଂ ମହମ୍ମଦ ଅମ୍ମୀର ଖାନ ଓ ଟେକ୍ନିସିଆନ ପପୁ କୁମାର । କୁହାଯାଏ ଯେ ଏମାନଙ୍କ ଅବହେଳା କାରଣରୁ ଏତେ ବଡ ଦୁର୍ଘଟଣା ଘଟିଥିଲା । ସେପଟେ ସେହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୮୧ ଜଣଙ୍କର କୌଣସି ପରିଚୟ ମିଳିନଥିଲା । ସେ ସମସ୍ତ ମୃତଦେହକୁ ଏମ୍ସରେ ରଖା ଯାଇଥିଲା । ଦୀର୍ଘ କିଛି ଦିନ ପରେ ୫୩ ଜଣଙ୍କର ଡିଏନଏ ପରିକ୍ଷା କରାଯାଇଥିଲା । ଡିଏନଏ ପରିକ୍ଷା ମେଳ ଖାଇବାପରେ ଦାବୀଦାର ମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା ।

କିନ୍ତୁ ବଳିଯାଇଥିଲା ୨୮ଟି ମୃତଦେହ । ବାକି ମୃତଦେହ ନେବା ଲାଗି କୌଣସି ଦାବିଦାର ଆସିନଥିଲେ। ଶେଷରେ ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ଏମ୍ସ ପକ୍ଷରୁ ୨୮ ଅଚିହ୍ନା ମୃତଦେହକୁ ବିଏମସିକୁ ହସ୍ତାନ୍ତର କରାଯାଇଥିଲା। ଦୀର୍ଘ ୪ ମାସ ଧରି ଏହି ମୃତଦେହଗୁଡ଼ିକ କଣ୍ଟେନରରେ ସଂରକ୍ଷିତ ରଖାଯାଇଥିଲା। ଗତ ୨୦୨୩ ଅକ୍ଟୋବର ୧୧ ତାରିଖରେ ସମସ୍ତ ୨୮ଟି ମୃତଦେହକୁ ସରକାରଙ୍କ ତରଫରୁ ସଂସ୍କାର କରାଯାଇଥିଲା ।

ଶୀତଳ ପଡ଼ିଛି ତଦନ୍ତ ଏହି ଘଟଣା ବିଶ୍ୱବାସୀଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । କେଉଁଥିପାଇଁ ଏହି ଘଟଣା ଘଟିଲ? ଏହି ଘଟଣାରେ କେଉଁମାନେ ଜଡ଼ିତ? ତାହାକୁ ନେଇ ବିଶ୍ୱବାସୀ ଚାହିଁ ରହିଛନ୍ତି । ଏହି ଦୁର୍ଘଟଣାର ଗୁରୁତ୍ୱକୁ ଅନୁଭବ କରି ପ୍ରଥମରୁ ସିବିଆଇକୁ ତଦନ୍ତ ଭାର ଦିଆଯାଇଥିଲା । ସିବିଆଇ ଘଟଣାର ତଦନ୍ତ କରି ବରିଷ୍ଠ ସିଗ୍ନାଲ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସିନିୟର ସେକ୍ସନ ଅଫିସର(ସିଗ୍ନାଲ) ଅମୀର ଖାନ, ଟେକ୍ନିସିଆନ ପପୁ କୁମାର ଯାଦବ ପ୍ରମୁଖଙ୍କୁ ଗିରଫ କରିଥିଲା । ପରେ ଅନ୍ୟ ୪ ଜଣଙ୍କୁ ବି ଗିରଫ କରାଯାଇଥିବା ଶୁଣିବାକୁ ମିଳିଥିଲା । ତେବେ ଏହି ତଦନ୍ତ କୁଆଡ଼େ ଗଲା ତାହାକୁ ନେଇ ବିଭିନ୍ନ ଆଲୋଚନା ହେଉଛି।

Get real time updates directly on you device, subscribe now.