fbpx

ରାଜଧାନୀରେ ପୁଣି ଜଣେ ଯୁବତୀ କାଟିଲେ ହାତ, ମେଡିକାଲରେ ହେଲେ ଭର୍ତ୍ତି

ଭୁବନେଶ୍ୱର, ୨୯ା୩ (ଓଡିଶା ଭାସ୍କର): ପୁଣି ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀ ନିଜର ହାତ କାଟିଛନ୍ତି । ମାଷ୍ଟର କ୍ୟାଣ୍ଟିନ୍ ଛକରେ ଯୁବତୀ ଜଣଙ୍କ ଏକ ଧାରୁଆ ବ୍ଲେଡରେ ନିଜ ହାତକୁ କାଟିଥିବା ଜଣାପଡ଼ିଛି । ଯୁବତୀଙ୍କୁ ପୋଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ଯୁବତୀ ଜଣଙ୍କର ଘର ଢେଙ୍କାନାଳରେ ବୋଲି ଜଣାପଡ଼ିଛି । ତେବେ ହାତ କାଟିବାର କାରଣ ଅସ୍ପଷ୍ଟ ରହିଛି । ପ୍ରେମରେ ବିଫଳତା କାରଣରୁ ଯୁବତୀ ମାନସିକ ଭାରସାମ୍ୟ ହରାଇ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ରାଜଧାନୀର ଜଣେ ଯୁବତୀ ପ୍ରେମ କାରଣକୁ ନେଇ ମଧ୍ୟ ନିଜର ହାତ କାଟିଥିଲେ ।

Get real time updates directly on you device, subscribe now.