fbpx

Breaking News…ପୁରୀ ସମୁଦ୍ରରେ ଅଘଟଣ, ଗାଧୋଇବା ବେଳେ ଭାସିଯାଇ ଯୁବକ ମୃତ

Advertisement

ଓଡିଶା ଭାସ୍କର; ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ଯୁବକ ମୃତ । ମୃତ ଯୁବକ ଜଣଙ୍କ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ପରିବାର ସହ ପୁରୀ ବୁଲିବାକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଦେଖିବାକୁ ମିଳିଛି । ତେବେ ଲାଇଟ୍ ହାଉସ ବେଳାଭୂମି ନିକଟ ସମୁଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, ଆଜିଠୁ ଶ୍ରୀମନ୍ଦିରରେ ପୁଣ୍ୟ ମାସ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ଏହି ଅବସରରେ ଶ୍ରୀଜିଉଙ୍କ ରାଧାଦାମୋଦର ବେଶରେ ଦର୍ଶନ ଲାଭ କରୁଛନ୍ତି ହଜାର ହଜାର ସଂଖ୍ୟାର ଶ୍ରଦ୍ଧାଳୁ। ଯାହାକୁ ନେଇ ଶ୍ରୀମନ୍ଦିର ଓ ବେଳାଭୂମିରେ ପର୍ୟ୍ୟଟଙ୍କ ପ୍ରବଳ ଭିଡ଼ ରହିଛି । ତେବେ ଏହି ଭିଡ଼ ଭିତରେ ଅନ୍ୟ ପର୍ୟ୍ୟଟଙ୍କ ପରି ଯୁବକ ଜଣକ ଉତ୍ସାହିତ ହୋଇ ଗାଧୋଉଥିବା ବେଳେ ଗଭୀର ଜଳରେ ଭାସି ଯାଇଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ଲାଇଟ୍ ହାଉସ ବେଳାଭୂମି ନିକଟ ସମୁଦ୍ରରୁ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.