ଖଲ୍ଲିକୋଟ: ଖଲ୍ଲିକୋଟ ମାଟିଆ ସାହି ଛକରେ ଦୁର୍ବୁତ୍ତଙ୍କ ଆତଙ୍କ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାସ୍ତା ମଝିରେ 3 ରୁ 4 ଦୁର୍ବୁତ୍ତ ମିଶି 2 ଯୁବକଙ୍କ ତଣ୍ଟି କାଟିଦେଇ ଚାଲିଗଲେ।
ଗୁରୁତର ଅବସ୍ଥାରେ ଯୁବକଙ୍କୁ ଖଲ୍ଲିକୋଟ ପରେ ଏମକେସିଜି ସ୍ଥାନାନ୍ତର କରାଯାଇଛି। ଗୁରୁତର 2 ଯୁବକ ନୁଆଁ ଫାସୁଳା ଗାଁର ସିଲୁ ପାହାନ ହୋଇଥିବାବେଳେ କାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।
ଦୁର୍ବୁତ୍ତଙ୍କ ଆତଙ୍କରେ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବାବେଳେ ପୋଲିସ ଏହି ଘଟଣାର ତଦନ୍ତ କରୁଛି।