fbpx

ବହୁ ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କୁ ଜାମିନ୍‌, ଜାଣନ୍ତୁ କେବେ ଜେଲରୁ ମୁକୁଳିବେ

Advertisement

କଟକ: ବହୁ ଚର୍ଚ୍ଚିତ ହନି ଟ୍ରାପ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କୁ ଜାମିନ୍ ମିଳିଛି। ଅର୍ଚ୍ଚନାଙ୍କ ନାମରେ ୩ଟି ମାମଲା ଥିବା ବେଳେ ଖଣ୍ଡଗିରି ମାମଲାରେ ତାଙ୍କୁ ଜାମିନ୍ ମିଳିଛି। ଦୁଇଟି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି। ପୂର୍ବରୁ ତାଙ୍କୁ ନୟାପଲ୍ଲୀ ଥାନା ମାମଲାରେ ଜାମିନ ମିଳିଥିଲା। ହାଇକୋର୍ଟ ଅର୍ଚ୍ଚାନଙ୍କ ଆଗରେ ରଖିଥିବା ସର୍ତ୍ତ ଗୁଡ଼ିକ ହେଉଛି, ସେ ଆବେଦନକାରୀଙ୍କ ସହିତ ଯୋଗାଯୋଗ କରିପାରିବେନି, ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେନି, ବେଲ୍‌ରେ ଥିବା ସମୟରେ ବାହାରେ କୋଣସି ବୟାନବାଜୀ କରିବେନି । ଏବେ କେବଳ ଇଡି ମାମଲାରେ ଅର୍ଚ୍ଚନା ଜାମିନ୍ ପାଇ ନାହାନ୍ତି । ଅର୍ଥାତ ଅର୍ଚ୍ଚନା ଏବେ ମଧ୍ୟ ଜେଲ୍‌ରେ ରହିବେ ।

Get real time updates directly on you device, subscribe now.