fbpx

ଘରକୁ ଆସିବ ଲାମିନେସନ ହୋଇ ଆଧାର କାର୍ଡ : ଏପରି କରନ୍ତୁ ଅନଲାଇନରେ ଆବେଦନ

ନୂଆଦିଲ୍ଲୀ : ଆମର ସମସ୍ତ ଡକ୍ୟୁମେଣ୍ଟ ମଧ୍ୟରୁ ଆଧାର କାର୍ଡ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହା ଆମର ଏକ ପରିଚୟ ପତ୍ର ପାଲଟିଛି । ଏହା ବ୍ୟତୀତ ଏବେ ଆପଣଙ୍କ ଆଧାର କାର୍ଡକୁ ନିଜର ରାସନ କାର୍ଡ, ପାନ କାର୍ଡ ଏବଂ ଅନ୍ୟ ଡକ୍ୟୁମେଣ୍ଟକୁ ଆକାଉଣ୍ଟ ସହ ଲିଙ୍କ କରିବା ବାଧ୍ୟତାମୂଳକ ହୋଇଯାଇଛି । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କର ଆଧାର କାର୍ଡ ହଜିଯାଇଛି କିମ୍ବା ହଜିଯାଏ, ତେବେ ଆପଣ ଚିନ୍ତା କରିବା ଆବଶ୍ୟକ ନାହିଁ । କାରଣ UIDAI ଆଧାର କାର୍ଡ ହଜିଲେ କିମ୍ବା ଖରାପ ହେଲେ ତାହାକୁ ଦ୍ୱିତୀୟ ଥର ତିଆରି କରିବାର ସୁବିଧା ଦେଉଛି । ଏନେଇ ଆପଣଙ୍କୁ ବାହାରକୁ ଯିବା ପାଇଁ ଆବଶ୍ୟକ ନାହିଁ, ଆପଣ ଘରେ ରହି ଅନଲାଇନରେ ଏହି ସର୍ଭିସର ଫାଇଦା ଉଠାଇ ପାରିବେ ।

PVC ଆଧାର କାର୍ଡ :
ଆପଣ ଘରେ ବସି PVC ଆଧାର କାର୍ଡ ଆବେଦନ କରି ପାରିବେ । ପିଭିସି ଅର୍ଥାତ ପାଲିଭିନାଇଲ କ୍ଲୋରାଇଡ କାଡର୍ସ, ଏହା ଏକ ପ୍ରକାର ପ୍ଲାସ୍ଟିକ କାର୍ଡ ଅଟେ । ଯାହା ଉପରେ କି ଆଧାର କାର୍ଡର ସମସ୍ତ ସୂଚନା ଛପା ଯାଏ ।
ନୂଆ ପିଭିସି କାର୍ଡ ତିଆରି କରିବା ପାଇଁ କେବଳ ୫୦ ଟଙ୍କାର ଫିସ ଦେବାକୁ ହେବ । ଆଧାର କାର୍ଡରେ କ୍ୟୁଆର କୋଡ, ହୋଲୋଗ୍ରାମ, ମାକ୍ରୋ ଟେକ୍ସଟ , କାର୍ଡର ପ୍ରକାଶନ, ଛପାଇବାର ତାରିଖ ଏବଂ ଅନ୍ୟାନ୍ୟ ବିବରଣୀ ମଧ୍ୟ ଦିଆଯାଇଥାଏ ।

ଏଭଳି କରନ୍ତୁ ଅନଲାଇନରେ ଆବେଦନ :
୧. ଆବେଦନ କରିବା ପାଇଁ ପ୍ରଥମେ UIDAI ର ଅଫିସିଆଲ ୱେବସାଇଟ
https://uidai.gov.in କୁ ଯାଆନ୍ତୁ ।
୨. ଏହାପରେ My Aadhaar କୁ ଯାଆନ୍ତୁ ଏବଂ ଅର୍ଡର ଆଧାର ପିଭିସିକାର୍ଡ ଅପ୍ସନକୁ ଯାଇ କ୍ଲିକ
କରନ୍ତୁ ।
୩. ବର୍ତ୍ତମାନ ଏଠାରେ ନିଜ ଆଧାର କାର୍ଡରେ ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା କିମ୍ବା ୧୬ ଅଙ୍କର ଭର୍ଚୁଆଲ
ଆଇଡି ବା ୨୮ ଅଙ୍କର ଆଧାର ଏନରୋଲମେଣ୍ଟ ଆଇଡି ଦିଅନ୍ତୁ ।
୪. ଏବେ ଆପଣଙ୍କୁ ସିକ୍ୟୋରିଟି କୋଡ ବା କେପଚା ଭରିବା ପାଇଁ କୁହାଯିବ ।
୫. ଏହା ପରେ ରେଜିଷ୍ଟ୍ରର ହୋଇଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବା ପାଇଁ ସେନଣ୍ଡ
ଓଟିପି ଅପ୍ସନରେ କ୍ଲିକ କରନ୍ତୁ ।
୬. ଓଟିପି ଆସିବା ପରେ ତାହାକୁ ଭରି ସବମିଟ ଉପରେ କ୍ଲିକ କରନ୍ତୁ ।
୭. ସବମିଟ କରିବା ପରେ ଆପଣଙ୍କ ସ୍କ୍ରିନରେ ଆଧାର ପିଭିସି କାର୍ଡର ଏକ ପ୍ରି-ଭ୍ୟୁ ଦେଖାଯିବ ।
୮. ଏହାର ତଳେ ଦିଆଯାଇଥିବା ପେମେଣ୍ଡ ଅପ୍ସନକୁ ଯାଇ କ୍ଲିକ କରି, ୫୦ ଟଙ୍କାର ଫିସ ଜମା
କରନ୍ତୁ ।
୯. ଏହା ପରେ ସ୍ପିଡ ପୋଷ୍ଟ ମାଧ୍ୟମରେ ଆଧାର କାର୍ଡ ଆପଣଙ୍କ ଘରେ ପହଞ୍ଚି ଯିବ ।

Get real time updates directly on you device, subscribe now.